STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ଦେବୀ-ଦଶଭୂଜା

ଦେବୀ-ଦଶଭୂଜା

1 min
270


ଘେନ ମା' ପ୍ରଣତି ତୁମେ ମହାଶକ୍ତି

ଅଜ୍ଞାନ ଅଟେ ମୁହିଁ ଛାର ଦେବବ୍ରତ,


ନାହିଁ ଭକ୍ତି ମୋର ତଥାପି ଲେଖୁଛି

ତୁମରି ସ୍ମରଣେ ଏ ମନ ହେଉ ପ୍ରୀତ, 


ଶରତ ଋତୁର ଏ ଶାରଦୀୟ ଭାବ

ତୁମ୍ଭ ଦର୍ଶନ କରିବ ସାରା ଜଗତ,


ବିପଦେ ଆପଦେ ମା' ତୁମେ ହିଁ ସମ୍ପଦ

ସନ୍ତାନସନ୍ତତି ରଖନ୍ତି ତୁମ ପାଇଁ ବ୍ରତ,


ପାପନାଶିନୀ ମା' ପାପୀକୁ ଦେ ଶାସ୍ତି

ଅନୀତି ଅଧର୍ମରୁ ବିଶ୍ୱ ହେଉ ମୁକ୍ତ,


ହେ ଜଗତଜନନୀ ସିଂହବାହିନୀ ମା'

ମହିଷାମର୍ଦ୍ଦିନୀ କର ପୂଣ୍ୟ ପଥ ଉନ୍ମୁକ୍ତ,


ବିରାଜେ ମା' ଲୋ ବିପଦେ ନାରୀ ଦେହେ

ବିନାଶୁ ଅସୁର କନ୍ୟା ଚାଲୁ ବିଜୟର ପଥ,


କରଯୋଡି ତୋତେ ବିରତ ନେଉଛି

ତୋର କରୁଣା ଜନନୀ ଅସୀମ ଅନନ୍ତ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational