STORYMIRROR

Purnima Prusty

Abstract Romance

2  

Purnima Prusty

Abstract Romance

Dear diary

Dear diary

1 min
72

ଲେଖୁଛି କବିତା,,, ହୃଦୟର କଥା

ତୁମକୁ ମନରେ ଭାବି

ସୌଭାଗ୍ୟ ମୋହର ମୁଁ,,, ପ୍ରେମିକା ତୁମର

ଭାବିବନି ମତେ କବି...


ଦେଖୁଛି ସପନ,,, ରଖିଛି ଗୋପନ

ହୃଦୟେ ତୁମର ସ୍ମୃତି

ତୁମେ ରାଜା ମୋର,,,,ପ୍ରତି କାହାଣୀର

ଆରମ୍ଭ,, ତୁମଠି ଇତି...


ଗାଉଛି ଗୀତଟେ,,,ତୁମେ ମୋ ସାଥିଟେ

ବେସୁରା ସୁରରେ ହଜି

ଜନ୍ମେ ଜନ୍ମେ ତୁମ ,,, ହେବା ପାଇଁ ସାଥି

ସ୍ପନ୍ଦନ ରଖିବି ବାଜି...


କହୁଛି କାହାଣୀ,,,ମିଠା ତୁମ ଚାହାଣୀ

ଛାତିକୁ ଦଉଛି ଚିରି

ଆଜୀବନ ହେଲି,,, ବନ୍ଦୀ ତୁମ ପାଶେ

ଯିବିନାହିଁ କେବେ ଫେରି...


ଜୀବନେ ଆସିଛ,,,ଅତିଥି ସାଜିଛ

ହୃଦୟେ ତୁମର ଛବି 

କେବଳ ତୁମର,,,ପାଗେଳୀ ଟିଏ ମୁଁ 

ଭାବିବନି କେବେ କବି... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract