STORYMIRROR

Sadananda Pratihari

Inspirational Others

3  

Sadananda Pratihari

Inspirational Others

ଡ୍ରାଗନକୁ ସାବଧାନ

ଡ୍ରାଗନକୁ ସାବଧାନ

1 min
34


ବିଶ୍ୱାସଘାତକ ଚୀନ ମାରିଛି

ଆମ ସୈନିକଙ୍କୁ ଆମ ଇଲାକାରେ ପଶି

ଆମ ଚିର ଶତୃ ପାକିସ୍ତାନକୁ

କରିଛି ସେ ହାତ ବାରିସୀ

ସୁରକ୍ଷା କବଚ ଦେଇ ଆଝାରକୁ

ଭିତରେ କରିଛି ସାଲିସି

ସିଆଚେନ କରି ଜବର ଦଖଲ

ଉସୁକାଇ ଦେଇ ନେପାଳକୁ

ମନେ ମନେ ଖାଏ ଇଲିସି

ଦେଖ ଡ୍ରାଗନର ସାମ୍ରାଜ୍ୟବାଦୀ ପଲିସି

ଥିଲା ମିତ୍ର ରାଷ୍ଟ୍ର ନେପାଳ

କୁମନ୍ତ୍ରଣା ଦେଇ ଆମ ବିରୁଦ୍ଧରେ

ସୃଷ୍ଟିକଲା ଗଣ୍ଡଗୋଳ

ନକରି ପ୍ରଘଟ କରୋନା ଭୂତାଣୁ

ରଖିଲା ବିଶ୍ୱକୁ ଅନ୍ଧାରେ

ସାଜି ମହାମାରୀ କରୋନା ଭୂତାଣୁ

ଘାତକ ସାଜିଛି ବିଶ୍ୱରେ

ଲକ୍ଷାଧିକ ଲୋକ ହୋଇ ସଂକ୍ରମିତ

ମରୁଛନ୍ତି ପ୍ରତି ଘଂଟାରେ

ଦେଶ ଅଖଣ୍ଡତା ସୀମା ସୁରକ୍ଷା

ଭାରତ ମାତାର ଜୀବନ ରେଖା

ଚୀନ ଦେଇଛି ଆମକୁ ଧୋକା

କରିହେବ କ'ଣ ତାକୁ ଅଣଦେଖା

ଜାତିର ଗୌରବ ଜାତି ସ୍ୱାଭିମାନ

ସହିଦ ହେଲେ ଆମ ଯବାନ

ଫେରିବ POK ସାଥେ ସିଆଚେନ

ରହିଛି ରହିବ LOC ବଲୱାନ

ଆସିଛି ବେଳ ହେବାରେ ମୋଟ

ଛାଡ଼ି ରାଜନୀତି କୂଟକପଟ

ଚାଇନା ସାମଗ୍ରୀ କରି ବର୍ଜନ

ଗୁପ୍ତଶତୃକୁ ହେବା ସାବଧାନ

ଭୁଲି ଭେଦଭାବ ସର୍ବେ ଏକସ୍ଵରେ

କହିବା ଚାଲ ମେରା ଭାରତ ମହାନ l




















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational