STORYMIRROR

Jitendriya Behera

Abstract Others Romance

2  

Jitendriya Behera

Abstract Others Romance

ଡୋର

ଡୋର

3 mins
13.4K


ଆଜିଏ ସଂଞ୍ଜ ଆସିବକି କହ

କାଲି କେଉଁ ତାରିଖରେ

କିମ୍ବା କୁହ ମତେ

ଆଜି ଭଳି ତମେ ଥିବ କି ଉଦାସୀ

ଆଉ କେତେଦିନ ପରେ

କିମ୍ବା ଏ ତୁମର ପୁଞ୍ଜିଭୁତ ଦୁଃଖ

ସରିବନି ଜମା ଦିନେ

କିମ୍ବା ମୁଁ ତୁମର ଆଜି ଭଳି ଆଉ

ସେଦିନ କି ଥିବି ମନେ।

ଆଜି ଭଳି କଣ

ସାଗରର କୂଳ ଅମାନିଆ

ଢେଉ ତୋଳି

ମଥା ପିଟୁଥିବ ତୁମରି ପାଦରେ

ବୁଝିବାକୁ ତାକୁ ଖାଲି

କିମ୍ବା ଆଜି ପରି

ଆକାଶରେ ମେଘ

ରଚିଥିବ ଅଭିସାର

ବୁଝାଇବା ପାଇଁ ତୁମରି ମନକୁ

ଭାଙ୍ଗି ସବୁ ଅଭିମାନ

କିମ୍ବା ଏ ତୁମରି ମୁଦ୍ରିତ ଆଖିରେ

ପରାଜିତ ସ୍ବପ୍ନ ହୋଇ

ଫେରି ଯାଉଥିବି

ଅତୀତର କୋଳେ

ନଈ ଟିଏ ହେବା ପାଇଁ।

ଚୁପଚାପ ଯଦି ତୁମେ ବା ଏମିତି

ରହିଯିବ ଚିରକାଳ

ଶୁଣ ପ୍ରିୟତମା

ତୁମ ନୀରବତା

ମୋ ପାଇଁ ତ ବିଷ ଫଳ

ଅଚିରେ ଭାଙ୍ଗିବ

ବିଶ୍ବାସକୁ ମୋର

ଗଢିଥିଲି ଯାହା ଦିନେ

ହୁଏତ ସେଦିନ

ଭାଙ୍ଗିଗଲା ପରେ

ପକାଇବ ମତେ ମନେ

ମଉନେ ମଉନେ ମନ୍ଥିତ ହେବ

ମରମକୁ ମାରି ମାରି

ନିଜର ଦୁଃଖରେ ହୁଏତ ସେଦିନ

ଯାଉଥିବ ତମେ ଜଳି

ଆସିବ ସେବେଳେ ଧାଇଁ

ତୁମରି ଫେରିବା ବାଟକୁ ହୁଏତ

ରହିଥିବି ମୁହିଁ ଚାହିଁ। ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract