STORYMIRROR

Priyashree Baula

Abstract

3  

Priyashree Baula

Abstract

ଡଙ୍ଗା

ଡଙ୍ଗା

1 min
195

 

ମାସ ମଧ୍ଯେ ସାର ,ପୁଣି ଧରମର ମାସ

ଧରମକୁ ସାଉଁଟିବାର ଏ ଗୋଟେ ସୁଯୋଗ । 

ମାସ ମଧ୍ଯେ ସାର ଶେଷ ପାଞ୍ଚ ବାର, 

ପଞ୍ଚୁୁକ ଯେ ପାଞ୍ଚ ବାରର ସମାହାର

ଧରମ ମାସର ଶେଷ ପୁଣି, ପଞ୍ଚୁକର ଶେଷ

ସେ ଯେ କାର୍ତ୍ତିକ ପୂର୍ଣ୍ଣିିମାର ଦିନ । 

କଦଳୀ ପଟୁଆ ଆଣି ,

ନାନା ରଂଗର କାଗଜରେ

ପୂର୍ଣ୍ଣିମାର ପୂର୍ବ ଦିନେ 

ଦେବା ତାକୁ ସଜାଇ । 

ପାହିଲା ରଜନୀ ଉଠ 

ସାଥୀମେଳ ହୋଇ

ଫୁଲ,ଦୂବ,ପାନ, ଗୁଆକୁ ଥୋଇଣ ଦେଇ

ଆ-କା-ମା-ବୈ କହି 

ବ୍ରାହ୍ମଣୀ କୂୂୂୂଳକୁ ଯାଇ 

ଧର୍ମର ଡଙ୍ଗାକୁ ଦେବା ଭସାଇ ।। 


Rate this content
Log in

Similar oriya poem from Abstract