ଡିସେମ୍ବର
ଡିସେମ୍ବର
ଧୀରେ ଧୀରେ ଦିନ ଗଡି ଚାଲିଛି
ଚାପି ଚାପି ଡିସେମ୍ବର ପାଦ ରଖୁଛି
ତାର ଏବେ ମନେ ପଡି ଯାଉଛି
ଆହା ! ଦିନ କାଳ ସରି ଆସୁଛି |
ଜାଣିଛି ସିଏ ସମୟର ସବୁ କଥା
ତାର ଏହି ଦିନ ସବୁ ସରିଯିବ
ସମୟ ରଚିଛି ଏହି ସବୁ ଖେଳ
ଓହୋ !ଏହି ବର୍ଷ ସିଏ ଚାଲିଯିବ |
ଦେଖୁଛି ଖାଲି ଆଖି ମେଲି ସିଏ
ସଭିଙ୍କ ମନରେ ଆନନ୍ଦ ଆଉ ଉତ୍ସାହ
ତାକୁ ଡିସେମ୍ବର ବୋଲି ଜାଣି ସବୁ
ହାୟରେ ! ଭାଙ୍ଗିଛନ୍ତି ତାର ପ୍ରତି ମୋହ |
ଆସିବ ଜାନୁୟାରୀ ହେବ ନୂତନ ବର୍ଷ
କରିବେ ସଭିଏଁ ତାହାର ସ୍ୱାଗତ
>
ସେଥିପାଇଁ କରନ୍ତି ସବୁ କେତେ ଆୟୋଜନ
ତଥାପି !ଦେଖୁଛି ଡିସେମ୍ବର ଏହି ସତ |
ମାସର ଶେଷ ଦିନ ଯେବେ ହେବ
ଆଉ ଡିସେମ୍ବର ବିଦା ହୋଇ ଯିବ
ସ୍ୱାଗତମ ସ୍ୱାଗତମ ଜାନୁୟାରୀ ହୁରି ପଡିବ
ହା ହା !ନୂଆ ବର୍ଷ ଆରମ୍ଭିବ |
ସେବେ ସଭିଏଁ ତାକୁ ଭୁଲି ଯିବେ
ଡିସେମ୍ବର ହେବ ପୁଣି ଏକ ଅତୀତ
ନୂତନ ବର୍ଷର ନୂଆ ଆଶା ଭିତରେ
ହଁ ହଁ ଜାନୁୟାରୀର ହେବ ସ୍ୱାଗତ |
ଆଉ ଲୁଚି ରହି ଏହି ଡିସେମ୍ବର
କରିବ ଅପେକ୍ଷା ପୁଣି ଏହି ସମୟରେ
ଗଣୁଥିବ ଦିନ ମାସ ସିଏ ସବୁ
ନାଁ ନାଁ ! ଆସିବାକୁ ଆଗାମୀ ବର୍ଷରେ |