ଡିଜିଟାଲ୍ ଯୁଗ ରେ ନବ ବରଷ
ଡିଜିଟାଲ୍ ଯୁଗ ରେ ନବ ବରଷ
ଶୀତ ରେ ଥରି ଥରି ଦେଖ ଆସୁଛି ନବ ବରଷ
ମନ ରେ ନାହିଁ ଖୁସି କେହି ଏଇ ବରଷ ।।
ସଭିଙ୍କ ଚିନ୍ତା ର କାରଣ ଅଟେ କୋରନା
ନୂଆ ବର୍ଷ ପାଇଁ ନାହିଁ କାହା ମନେ କିଛି ଭାବନା ।।
ଲକ୍ ଡାଉନ୍ , ସଟ୍ ଡାଉନ୍ ରେ ବିତିଗଲା ବରଷ
କିପରି ପାଳିବେ ନବ ବରଷ ହୋଇ ହରଷ ।।
ହାତ ନ ମିଶାଇ କରିବେ ନବ ବରଷ ଅଭିନନ୍ଦନ
ସେଥିପାଇଁ ସଭିଏଁ କରୁଛନ୍ତି କ୍ରନ୍ଦନ ।।
ଯଦିଓ ଡିଜିଟାଲ୍ ଯୁଗ ରେ ଏହା ହେଲାଣି ପୁରାତନ
ହ୍ୱାଟ୍-ସପ୍ ମେସେଜ୍ ଫୋନ୍ କଲ୍ ରେ ହେଉଛି ଏବେ ଅଭିନନ୍ଦନ ।।
ଗ୍ରୀଟିଂ କାର୍ଡ ଦେବା ପାଇଗଲାଣି ଲୋପ
ସ୍ମାର୍ଟ ଫୋନ୍ ଯୁଗ ରେ ଭାବୁଛନ୍ତି ଏହାକୁ ପାପ ।।
କାର୍ଡ ଟିଏ ମନେ ପକାଇ ଦେବ କିଛି ଅନୁଭୂତି
ହ୍ୱାଟ୍-ସପ୍ ମେସେଜ୍ ର ଦିନେ ହୋଇଯିବ ଇତି ।।
୧୨ଟା ରାତି ରେ କେକ୍ କାଟି କରୁଛନ୍ତି ନବବର୍ଷ ପାଳନ
ନୂତନ ଢାଞ୍ଚା ରେ ସଜାଡୁଛନ୍ତି ସଭିଏଁ ନିଜ ଜୀବନ ।।
