STORYMIRROR

Monalisha Panda

Comedy

3  

Monalisha Panda

Comedy

ଡିଜିଟାଲ୍ ଯୁଗ ରେ ନବ ବରଷ

ଡିଜିଟାଲ୍ ଯୁଗ ରେ ନବ ବରଷ

1 min
162

ଶୀତ ରେ ଥରି ଥରି ଦେଖ ଆସୁଛି ନବ ବରଷ

ମନ ରେ ନାହିଁ ଖୁସି କେହି ଏଇ ବରଷ ।।

ସଭିଙ୍କ ଚିନ୍ତା ର କାରଣ ଅଟେ କୋରନା 

ନୂଆ ବର୍ଷ ପାଇଁ ନାହିଁ କାହା ମନେ କିଛି ଭାବନା ।।

ଲକ୍ ଡାଉନ୍ , ସଟ୍ ଡାଉନ୍ ରେ ବିତିଗଲା ବରଷ 

କିପରି ପାଳିବେ ନବ ବରଷ ହୋଇ ହରଷ ।।

ହାତ ନ ମିଶାଇ କରିବେ ନବ ବରଷ ଅଭିନନ୍ଦନ 

ସେଥିପାଇଁ ସଭିଏଁ କରୁଛନ୍ତି କ୍ରନ୍ଦନ ।।

ଯଦିଓ ଡିଜିଟାଲ୍ ଯୁଗ ରେ ଏହା ହେଲାଣି ପୁରାତନ

ହ୍ୱାଟ୍-ସପ୍ ମେସେଜ୍ ଫୋନ୍ କଲ୍ ରେ ହେଉଛି ଏବେ ଅଭିନନ୍ଦନ ।।

ଗ୍ରୀଟିଂ କାର୍ଡ ଦେବା ପାଇଗଲାଣି ଲୋପ

ସ୍ମାର୍ଟ ଫୋନ୍ ଯୁଗ ରେ ଭାବୁଛନ୍ତି ଏହାକୁ ପାପ ।।

କାର୍ଡ ଟିଏ ମନେ ପକାଇ ଦେବ କିଛି ଅନୁଭୂତି

ହ୍ୱାଟ୍-ସପ୍ ମେସେଜ୍ ର ଦିନେ ହୋଇଯିବ ଇତି ।।

୧୨ଟା ରାତି ରେ କେକ୍ କାଟି କରୁଛନ୍ତି ନବବର୍ଷ ପାଳନ

ନୂତନ ଢାଞ୍ଚା ରେ ସଜାଡୁଛନ୍ତି ସଭିଏଁ ନିଜ ଜୀବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy