ଢ଼ାଇଁ ଢ଼ାଇଁ ଢ଼ାଇଁ ବାଜୁଛି ଘଣ୍ଟ
ଢ଼ାଇଁ ଢ଼ାଇଁ ଢ଼ାଇଁ ବାଜୁଛି ଘଣ୍ଟ
ଢ଼ାଇଁ ଢ଼ାଇଁ ଢ଼ାଇଁ ବାଜୁଛି ଘଣ୍ଟା
କାଳିଆ ଆସୁଛି ଲଗେଇ ହଟା.
ହଟିଆ ନାଗର ଲଗାଏ ହୁନ୍ଦର
ସବୁ କାମେ ତାର ବାହାରେ ଛଟା. l0l
ରାତିଦିନ ନାହିଁ ଖଟାଇ ବଳ
ରଥ ଯୋଡ଼ିଛନ୍ତି ତା ସୈନ ଦଳ
ସେ ରଥେ ବସିବେ କଳାନାଗର
ଝୁଲି ଝୁଲି ଯିବେ ବଡଦାଣ୍ଡର.
ଆକୁଳେ ଭକତେ ରଥ ଟାଣି ଟାଣି
ଥାଇ ହରି ଧ୍ୱନି ଡାହୁକ ବଖାଣି
ନ ମାନିବେ କେହି ଦଳଚକଟା. l1l
ସଙ୍ଗରେ ନେଉଛି ଭଉଣୀ ଭାଇ
ଘରଣୀ କଥାକୁ ତା ମନେ ନାହିଁ
ଜନମ ସ୍ଥାନ ତା ଗୁଣ୍ଡିଚା ଭୂଇଁ.
ମାଆ ପୋଡପିଠା କଲାକି ବାଇ
ଭାବରେ ରସିଲେ ବାଇଆ ପରାଏ
ଧେନୁ ପଛେ ବତ୍ସା ଯେପରି ଗୋଡ଼ାଏ
ଭକତ ଭକତି ଲାଗଇ ମିଠା. l2l
