ଡାର୍କ ଡାଟା ଓ ଲୁକ୍କାୟିତ ଧନ
ଡାର୍କ ଡାଟା ଓ ଲୁକ୍କାୟିତ ଧନ
ତୁମ ଦେଇଥିବା ପ୍ରତିଟି ଗୋଲାପ
ସାଇତି ରଖିଲି ମୁହିଁ
ତୁମେ ଦେଇଥିବା ପ୍ରତି ଉପହାର
ସଯତ୍ନେ ରଖିଛି ମୁହିଁ ।
ତୁମ ସହ ମୋର ମଧୁର ମୁହୂର୍ତ୍ତ
ମାନଙ୍କର ପ୍ରତିଛବି
ଗୋଟି ଗୋଟି କରି ଫୋନ୍ ସ୍ମୃତିକୋଷେ
ରଖିଛି ପକାଇ ଚାବି ।
ଭାବିଥିଲି ତାହା କାମରେ ଆସିବ
କାଳେ ଭବିଷ୍ୟତେ ବୋଲି
ସେହି ତଥ୍ୟରାଜି ତୀକ୍ଷ୍ଣ ତୀର ହେବ
ଅନ୍ୟ ସାଥେ ଗଲେ ଚାଲି ।
ଅନେକ ଜିନିଷ ଅନେକ ତଥ୍ୟକୁ
ସାଇତି ରଖିବା ପାଇଁ
କେତେ ସ୍ଥାନ ଆଉ କେତେଯେ ମେମୋରି
ବ୍ୟବହାର କରୁଥାଇଁ ।
କେଉଁ ତଥ୍ୟ ଅବା କେଉଁ ଚିଜ ମୁହିଁ
କେଉଁଠାରେ ରଖିଅଛି
ତାହା ବେଳେ ବେଳେ ମନେ ପଡେ ନାହିଁ
ଯାହା ମୋର ମନେ ଅଛି ।
ଯେଉଁ ତଥ୍ୟସବୁ ସାଇତି ରଖିବି
ବ୍ୟବହାର କରୁ ନାହିଁ
ସେ
ହି ତଥ୍ୟ ସବୁ ଡାର୍କ ଡାଟା ବୋଲି
କହିଥାଏ ଭାଇ ମୁହିଁ ।
ତାହାକୁ ସାଇତି ରଖିବାର ପାଇଁ
ଅନେକ ଖରଚ କରେ
ତାକୁ ଯଦି ମୁହିଁ ଖୋଜି ନ ପାଇଲି
କିସ ଲାଭ କହ ଥରେ ।
ତେବେ ଯଦି ସବୁ ତଥ୍ୟର ଠିକଣା
ରଖିବା ଏକ ସ୍ଥାନରେ
ଦରକାର ବେଳେ ଖୋଜି ବ୍ୟବହାର
ନିଶ୍ଚୟ ମୁଁ କରିପାରେ ।
ତେଣୁ ଅଯଥାରେ ପୁରୁଣା ଜିନିଷ
ସାଇତି ରଖିବ ନାହିଁ
ଯଦି ଛ' ଟଙ୍କିଆ ଘୋଡାଟିର ଦାନା
ନଅ ଟଙ୍କା ହୋଇ ଥାଇ ।
ଡାର୍କ ଡାଟାକୁ ବି ଲାଭ କ୍ଷତି ଦେଖି
ହଟାଇବ ସାଇତିବ
ସାଇତା ଡାଟାର ଠିକଣା ଗୋଟିଏ
ସ୍ଥାନେ ଲେଖି ରଖିଥିବ ।
ଦରକାର ବେଳେ ସେହି ତଥ୍ୟ ତୁମ
କାମରେ ଲାଗିବ ଭାଇ
ଡାର୍କ ଡାଟା ତୁମ ଗୁପ୍ତଧନ ପରି
ପ୍ରାପତ ହୋଇବ ତହିଁ ।