ଡାକ ଶୁଣ ବାରେ ମୋର
ଡାକ ଶୁଣ ବାରେ ମୋର
ସକାଳ କି ସଞ୍ଜ ଦିବସ କି ନିଶି
ତୁମ ନାମ ତୁଣ୍ଡେ ଥାଉ
ତୁମ ନାମ ଗାଇ ଆହେ ଭାବଗ୍ରାହୀ
ଜୀବନ ମୋ ବିତି ଯାଉ ।
ଯନ୍ତ୍ରଣା ରେ ସଦା ପ୍ରାଣ ହୁଏ ଘାରି
ଦୁଃଖ ଯନ୍ତ୍ରଣା ରୁ କର ବାରେ ପାରି
ତୁମେ ଏକା ସତ୍ୟ ଏହି ଜଗତ ରେ
ଆଉ କିଏ ଅଛି ତୁମ ବିନା ଆଉ
ଜୀବନ ମୋ ବିତି ଯାଉ ।
ଯେତେ ଦୁଃଖ ପଛେ ଦିଅ ମହାବାହୁ
ସହିବା ଶକତି ହୃଦୟେ ମୋ ଥାଉ
ସେ ଦୁଃଖ କୁ ସୁଖ ମଣି ହେ ଗୋସାଇଁ
ତୁମ ନାମ ଗାଇ ଦିନ ବିତି ଯାଉ
ଜୀବନ ମୋ ବିତି ଯାଉ ।
