STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଡାକ ଶୁଣ ବାରେ ମୋର

ଡାକ ଶୁଣ ବାରେ ମୋର

1 min
174

ସକାଳ କି ସଞ୍ଜ ଦିବସ କି ନିଶି

ତୁମ ନାମ ତୁଣ୍ଡେ ଥାଉ

ତୁମ ନାମ ଗାଇ ଆହେ ଭାବଗ୍ରାହୀ

ଜୀବନ ମୋ ବିତି ଯାଉ ।


ଯନ୍ତ୍ରଣା ରେ ସଦା ପ୍ରାଣ ହୁଏ ଘାରି

ଦୁଃଖ ଯନ୍ତ୍ରଣା ରୁ କର ବାରେ ପାରି

ତୁମେ ଏକା ସତ୍ୟ ଏହି ଜଗତ ରେ

ଆଉ କିଏ ଅଛି ତୁମ ବିନା ଆଉ

  ଜୀବନ ମୋ ବିତି ଯାଉ ।


ଯେତେ ଦୁଃଖ ପଛେ ଦିଅ ମହାବାହୁ

ସହିବା ଶକତି ହୃଦୟେ ମୋ ଥାଉ

ସେ ଦୁଃଖ କୁ ସୁଖ ମଣି ହେ ଗୋସାଇଁ

ତୁମ ନାମ ଗାଇ ଦିନ ବିତି ଯାଉ

  ଜୀବନ ମୋ ବିତି ଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational