Amit Bal

Tragedy

4.4  

Amit Bal

Tragedy

ଦାୟିତ୍ଵ

ଦାୟିତ୍ଵ

1 min
195


ବିବାହର ପରେ ପରେ ତା' ମୁଣ୍ଡରେ

   ଘରର ଦାୟିତ୍ଵ ଆସି ଯାଇଥିଲା ଧୀରେ ଧୀରେ

ଆଜିକାଲି ବେଶୀ ରାତି ଯାଏ

         ସେ ଜମା ରହୁ ନ ଥିଲା ବାହାରେ ....


ବାପା ମା' ଖୁସି ଥିଲେ

        ପୁଅ ଦାୟିତ୍ଵବାନ ହୋଇଛି,

ସୁଖ ଦୁଃଖ ଭଲ ମନ୍ଦ

        ନୂଆ କରି ଘରର ବୁଝୁଛି ,


ହେଲେ ଏ ଦାୟିତ୍ଵବୋଧ 

         ରଙ୍ଗ ବଦଳାଇଲା କିଛି ଦିନ ଭିତରେ

ପୁଅ , ବାପା ମା' କୁ ପାଶୋରି

            ଚାଲିଲା ଯେଉଁ ଦିନ ସ୍ତ୍ରୀ ବୁଦ୍ଧିରେ ......


ଦୁଃଖ ନ ଥିଲା ସେଥିରେ ବି

             ବୟସ୍କ ମା' ବାପାର,

ସବୁ କିଛି ସୀମା ଟପି ଗଲା 

      ପୁଅ ଯେବେ କହିଲା ଘରୁ ବାହାର .....


ଅଧୀର ଆକୁଳ ହୋଇ  

       ରହି ଥିଲେ ଚାହିଁ

           ବୃଦ୍ଧ ବାପା ମା' ବୋହୁ ମୁହଁକୁ ,

ପୁଅତ ଭଲ ଦାୟିତ୍ଵ ନେଲା 

        କେହି ନ ଥିଲେ ଏବେ

              ଜୀବନରେ ସାହା ହେବାକୁ ...


ଏ କେମିତିକା ଦାୟିତ୍ଵ ଥିଲା 

            ମା ବାପା ଲାଗି, ପୁଅର ସତରେ 

ଉତ୍ତର ତ ଦେବାକୁ ପଡ଼ିବ ତାକୁ ବି

       ଏବେ ନ ହେଲା ନାହିଁ, କିଛି ବର୍ଷ ପରେ .......

    


       



Rate this content
Log in

Similar oriya poem from Tragedy