ଦାୟିତ୍ଵ
ଦାୟିତ୍ଵ
ସୃଜନ ସ୍ରୁଷ୍ଟିର ପରିଚୟ ଦିଏ
ସର୍ବଶ୍ରେଷ୍ଠ ଏ ମଣିଷ ଜୀବନ
ମୁଖ୍ୟ ଆସନ ଅଳଙ୍କୃତ କରି
ହାସଲ କରି ସଫଳିତ ବିଦ୍ୟମାନ l
ଆତ୍ମିୟତା ଭାବଗର୍ଭକ ଆଜି
ନିଷ୍ଠାପରେ ଯିଏ କାର୍ଯ୍ୟ କରି
ନିଜର ଗୁରୁଦାୟିତ୍ଵକୁ ଭୁଲି
ବିଶ୍ଵାସରେ ଦଉଛି ବିଷ ଭରି l
ପାରିପାର୍ଶ୍ୱିକ ସ୍ଥିତି ଯୋଗୁଁ
ମଣିଷ ହରାଇଛି ଆତ୍ମଶକ୍ତି
ତାହା ନୁହ ଭୁଲ ଜାଣିବାକୁ ହେବ
ନିଜେ ହୋଇଲୁ ଦାୟିତ୍ୱରୁ ବିଚ୍ୟୁତି l
ନିର୍ଦ୍ଧିଷ୍ଟ ଲକ୍ଷେ ସିଦ୍ଧି ନ ପାଇ
ମଣିଷ ବିଶ୍ରାମିତ ପ୍ରଲୋଭନେ
ନିଜ ଦୁର୍ଭାଗ୍ୟକୁ ପରକୁ କଷି
ହରାଇଛି ଚିତ୍ତବୃତ୍ତି ଆତ୍ମଗ୍ଲାନେ l
ଆତ୍ମଗ୍ଲାନିକୁ ବଳବାନ କରି
ଜୀବନେ ପାଇବା ସୁଖ ଶାନ୍ତି
ସୂଚାରୁ ରୂପେ ଦାୟିତ୍ଵ ନିର୍ବାହୀ
ଦାୟିତ୍ଵ ନେବା କର୍ତ୍ତବ୍ୟ ଭାବି l
ଆତ୍ମ ପ୍ରଚେଷ୍ଟା ଆତ୍ମ ଦାୟିତ୍ବ
ସୌଭାଗ୍ୟର ଚାବିକାଠି
ଷଡ ରିପୁକୁ ଦମନ କରି
ବିବେକରେ ଚାଲ ହୋଇ ଏକାଠି l