ଦାୟିତ୍ଵ ର ମୂଲ୍ୟବୋଧ
ଦାୟିତ୍ଵ ର ମୂଲ୍ୟବୋଧ


ନୁହେଁ ମୁଁ ଅବଳା
ନୁହେଁ ମୁଁ ଦୂର୍ବଳା,
ଦାୟିତ୍ଵର ବୋଝ ତୁଲେଇ ତୁଲେଇ
ସାଜିଛି ଏ ଜୀବନ ଫୁଙ୍ଗୁଳା ।
ନାରୀ ବୋଲି ମୁହିଁ
ଦୁନିଆ ଛାଟେ ଲାଞ୍ଛନାର ଛିଟା,
ଜୀବନ ସାରା ଗୋଟିଏ ଲକ୍ଷ୍ୟ
ଅନ୍ୟ ପାଇଁ ଖୁସି ସାଉଁଟା ।
କନ୍ୟା ବେଳେ ନିଜ ଘରେ
କର୍ତ୍ତବ୍ୟର ବୋଝ ବୋହି ବୋହି,
ନିଜ ଆଶା ସ୍ଵପ୍ନକୁ
ଦିଏ ଜଳାଞ୍ଜଳି ।
ଡରି ଯାଇ ଦିଏ ନାହିଁ
କେବେ ପଛଘୁଞ୍ଚା ,
କର୍ତ୍ତବ୍ୟର ମ
ୂଲ୍ୟବୋଧ ବୁଝି ବୁଝି
ଆଜି ମୁଁ ନିର୍ଯ୍ୟାତିତା ।
ଦୁହିତା ଦୁଇ କୁଳକୁ ହିତା ସାଜି
ମୋ ଜୀବନ ଆରମ୍ଭ ହୁଏ,
କେବେକେବେ ଦୁଃଖ କାହାଣୀ ମୋ
ଆଖିର ଲୁହ କହେ ।
ନିଜ ଖୁସିଠୁ ବେଶୀ ମୂଲ୍ୟ
ମୋ ପାଇଁ ମୋ ପରିବାର,
ନିଜ ପାଇଁ ବଞ୍ଚେ ଯେ
ନୁହେଁ ସେ କେବେ ଆପଣାର ।
ଆଜୀବନ ବ୍ରତୀ ହେବେ ମୁଁ
ମୋ ଦାୟିତ୍ଵ , କର୍ତ୍ତବ୍ୟର,
କରେ ନାହିଁ ହେଳା କେବେ
ନିଜ କର୍ମ ପାଇଁ ସଦା ତପ୍ତର । । ।