ଦାସର ସ୍ଥାନ ଶ୍ରୀପୟର
ଦାସର ସ୍ଥାନ ଶ୍ରୀପୟର
ଧାଇଁ ଧାଇଁ ଯଶ ଗଉରବ ପଛେ
ମେଣ୍ଟିଲା ନାହିଁ ମୋ ଶୋଷ
ଲିଭି ଲିଭି କହେ ଜୀବନ ପ୍ରଦୀପ
ଆରେ ଅରଜିଲୁ କିସ
ଏଇତ ସଂସାର ନୁହେଁ କେହି କାର
ବନ୍ଧୁ ପରିଜନ ସ୍ନେହ
ହୃଦୟ ହେଜିଛି ଅନ୍ତିମ ବେଳାରେ
ସବୁ ଅଟେ ମାୟା ମୋହ
କୁଢ କୁଢ ପଢି ପାବିତ ପୂରାଣ
ପୁରିଲା ନାହିଁ ମୋ ମନ
ତବ ରୂପ ଦେଖି ଆଜି ଚକା ଆଖି
ପୁଲକିତ ମୋ ପରାଣ
ତୁଳସୀ ଦୟଣା ଶ୍ରୀଚନ୍ଦନ ବାସ
ମହକଇ ମହ ମହ
ହୁଏ ଛଳ ଛଳ ନୟନ ଯୁଗଳ
ଲୁଚେଇ ପାରୁନି କୋହ
ପତ୍ରଝଡା ପ୍ରାଣ କଅଁଳି ଉଠିଛି
ଆତ୍ମ ସୁଖର ସଂଚାର
ଗଦ୍ ଗଦ ଆଜି ହୃଦୟରେ ହେଜି
ଦାସ ସ୍ଥାନ ଶ୍ରୀପୟର
