STORYMIRROR

Anirudha Kund

Abstract

3  

Anirudha Kund

Abstract

ଦାସର ସ୍ଥାନ ଶ୍ରୀପୟର

ଦାସର ସ୍ଥାନ ଶ୍ରୀପୟର

1 min
11.9K

ଧାଇଁ ଧାଇଁ ଯଶ ଗଉରବ ପଛେ

  ମେଣ୍ଟିଲା ନାହିଁ ମୋ ଶୋଷ

ଲିଭି ଲିଭି କହେ ଜୀବନ ପ୍ରଦୀପ 

   ଆରେ ଅରଜିଲୁ କିସ


 ଏଇତ ସଂସାର ନୁହେଁ କେହି କାର

     ବନ୍ଧୁ ପରିଜନ ସ୍ନେହ

ହୃଦୟ ହେଜିଛି ଅନ୍ତିମ ବେଳାରେ

    ସବୁ ଅଟେ ମାୟା ମୋହ


କୁଢ କୁଢ ପଢି  ପାବିତ ପୂରାଣ

   ପୁରିଲା ନାହିଁ ମୋ ମନ

ତବ ରୂପ ଦେଖି ଆଜି ଚକା ଆଖି

   ପୁଲକିତ ମୋ ପରାଣ


ତୁଳସୀ ଦୟଣା ଶ୍ରୀଚନ୍ଦନ ବାସ

     ମହକଇ ମହ ମହ

ହୁଏ ଛଳ ଛଳ ନୟନ ଯୁଗଳ

  ଲୁଚେଇ ପାରୁନି କୋହ  


ପତ୍ରଝଡା ପ୍ରାଣ କଅଁଳି ଉଠିଛି

    ଆତ୍ମ ସୁଖର ସଂଚାର

ଗଦ୍ ଗଦ ଆଜି ହୃଦୟରେ ହେଜି

   ଦାସ ସ୍ଥାନ ଶ୍ରୀପୟର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract