ଦାସିଆ ବାଉରୀ
ଦାସିଆ ବାଉରୀ
ଜଗନ୍ନାଥଙ୍କର ପରମ ଭକତ
ବାଲି ଗ୍ରାମର ଦାସିଆ
ବାଉରୀ କୂଳରେ ଜନମ ତାହାର
ଜାତିରେ ଅଟେ ଅଛୁଆଁ।
ଲୁଗା ବୁଣା ଅଟେ ବେଉସା ତାହାର
ଅତି କଷ୍ଟରେ ଚଳଇ
ମହାପ୍ରଭୁଙ୍କର ଚରଣ ତଳରେ
ଭକ୍ତି ସଦା ରଖିଥାଇ।
ଖବର ପାଇଲା ବ୍ରାହ୍ମଣ ଗୋସେଇଁ
ଯାଉଛନ୍ତି ଶ୍ରୀକ୍ଷେତ୍ରକୁ
ନଡ଼ିଆ ଗୋଟିଏ ଦେଲା ତାଙ୍କ ହସ୍ତେ
ମହାପ୍ରଭୁଙ୍କୁ ଦେବାକୁ।
କହିଲା ଦାସିଆ କହିବ ପ୍ରଭୁଙ୍କୁ
ବାଲି ଗାଁ ଦାସ ଦେଇଛି
ହାତରୁ ନଡ଼ିଆ ନେବ ମହାପ୍ରଭୁ
ଦୟିନୀ ସେ କରିଅଛି।
ନନା ଗୋସେଇଁ ଶ୍ରୀକ୍ଷେତ୍ରକୁ ଆସି ଯେ
ପ୍ରଭୁଙ୍କୁ ଦର୍ଶନକଲେ
ଦାସିଆ ନଡ଼ିଆ ଧରି କି ଗରୁଡ଼
ପଛେ ଆସି ଉଭା ହେଲେ।
ପ୍ରଭୁଙ୍କୁ କହିଲେ ବାଲିଗାଁ ଦାସିଆ
ନଡ଼ିଆ ଶ୍ରୀ ହସ୍ତେ ନିଅ
ହସ୍ତରୁ ନନେଲେ ଫେରାଇ ନେବି ହେ
ବାଲି ଗାଆଁକୁ ହେ ଦିଅଁ।
ଭକ୍ତର ଭକ୍ତିକୁ ଦେଖି ଜଗନ୍ନାଥ
ହସ୍ତରୁ ନେଲେ ନଡ଼ିଆ
ପ୍ରଭୁଙ୍କର ସିଏ ପରମ ଭକ୍ତଟି
ଦାସିଆ ତାହାରି ନାଆଁ।
ଭାତ ସଙ୍ଗେ ଶାଗ ମିଶାଇ ଖାଇଲା
ଦେଖିଲା ଚକାଡୋଳାଙ୍କୁ
ମୋ ଖାଦ୍ୟ ଭିତରେ ପ୍ରଭୁ ଲୁଚିଛନ୍ତି
କିପରି ଭକ୍ଷିବି ତାଙ୍କୁ।
ଏହିପରି ସିଏ ଭାତ ନଖାଇଣ
ଭଜନ କୀର୍ତ୍ତନ କଲା।
ଭକ୍ତ ଦାସିଆ ନାମରେ ଜଗତରେ
ଅଖଣ୍ଡ କୀର୍ତ୍ତି ରଖିଲା।
ପ୍ରଭୁ ଜଗନ୍ନାଥ ଭକ୍ତ ଭାବେ ବନ୍ଧା
ଜାତି ଭେଦ ନଦେଖନ୍ତି
ଭକ୍ତର ଭକ୍ତିରେ ବନ୍ଧାହୋଇ ସିଏ
ଭାବ ଗ୍ରହଣ କରନ୍ତି।
