STORYMIRROR

Santanu Bisoi

Abstract

2  

Santanu Bisoi

Abstract

"ଦାସ।"

"ଦାସ।"

1 min
399

ଅଜାମ୍ବିଳ ପାପୀ ପୁତ୍ରକୁ ଡାକିଲା

ବଇକୁଣ୍ଠେ ତାକୁ ନେଲ

ଭକ୍ତ ପ୍ରହଲ୍ଲାଦ ନିରତେ ଭଜିଲା

ଇନ୍ଦ୍ରପଦ ତାକୁ ଦେଲ


ହାତୀ, ହରିଣୀର ଡାକ କର୍ଣଡେରି

ଶୁଣିଲ ଜଗତ ସାଇଁ

ଲକ୍ଷେ ଯୋଜନରୁ ଆତୁରେ ମୁଁ ଡାକେ

ମୋ' ଡାକ କି ଶୁଭୁନାହିଁ


ଦାତାପଣେ ତୁମ ବାନା ଉଡୁଅଛି

ଅକିଞ୍ଚନେ ଦୟାରଖ,

କେ କି ଦେଲା, ମୁଁ ଯେ ଅସମର୍ଥ ହେଲି

ବିମୁଖ ହେ ଶିରିମୁଖ


କରୁଣା ବାରିରୁ ବିନ୍ଦୁ ଟିଏ ଦିଅ

ଏ ଅଧମ ତୁମ ଦାସ,

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ଡାକି ଜୀବ ହେଉ ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract