STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଦାଣ୍ଡକୁ ନଦିଶୁ ମନ୍ଦ

ଦାଣ୍ଡକୁ ନଦିଶୁ ମନ୍ଦ

1 min
363

ସୃଷ୍ଟି ମୂଳବୀଜ ଧରି କମଳଜ ସରଜିଲେ ନରନାରୀ

ଏକ ତ ଆନର ସୁପରିପୂରକ ମୁଦ୍ରା ବେନି ପାର୍ଶ୍ଵଧାରୀ |

ନାରୀ ପୁରୁଷର ଥାଏ ପରସ୍ପର କି ନିବିଡ଼ ଆକର୍ଷଣ !

ଚୁମ୍ବକ ବିଷମ ମେରୁସମ ଟାଣ ଘୃତକୁ ଅନଳ ମଣ |

ନର ଅଟେ ଭୋଗୀ ନାରୀ ଅଟେ ଭୋଗ୍ୟା ପ୍ରକୃତିର ଆଦିରସ

ମିଳନେ ପ୍ରସନ୍ନ ବିଛେଦେ ବିଷର୍ଣ୍ଣ ପ୍ରେମଘନ ରସୋତ୍କର୍ଷ |

ସବୁ ସୌନ୍ଦର୍ଯ୍ୟର କରି ସମାହାର ନାରୀକୁ ଗଢିଲେ ସାଇଁ 

ନାରୀଠୁ ସୁନ୍ଦର ବସ୍ତୁ ନରପାଇଁ ଦୁନିଆରେ କିଛିନାହିଁ |

ପ୍ରାଣହୁଏ ଛାଡ଼ି ଛାଡ଼ି ନୁହେଁ ନାରୀ କେବେ ପୁରୁଷ ପକ୍ଷରେ

ହତ ଦଶଶିର ମହିଷା ଅସୁର ଉଦ୍ଜୀବିତ ଦୃଷ୍ଟାନ୍ତରେ |

ଅନୁରୂପେ ନାରୀ ପୁରୁଷ ପାଇଁକି ହୋଇଥାଏ ପାଗଳିନୀ 

ପ୍ରେମିକ ପାଇଁକି ଲଙ୍ଘିପାରେ ସିଏ ବିପଦର ସ୍ରୋତସ୍ୱିନୀ |

ନାରୀ ଗୃହଲକ୍ଷ୍ମୀ ନାରୀ ଗୃହରତ୍ନ ନାରୀ ତପସ୍ୟାର ଫଳ 

ପର ପୁରୁଷର ଛାଇଠାରୁ ଦୂର ଯେତେ ସେ ରହିବ ଭଲ |

ପୁରୁଷ ପ୍ରଧାନ ସମାଜରେ ପୂର୍ବେ ଥିଲା ଏ ମାନସିକତା

ଲାଜବତୀ ଅବଗୁଣ୍ଠନବତୀ ଘରକୋଣ ବ୍ୟକ୍ତିସତ୍ତା 

ବଦଳି ଗଲାଣି ଆଜିର ଦୁନିଆ ହେଲା ନାରୀ ଜାଗରଣ

ନାରୀ ସ୍ୱାଧୀନତା ନାରୀ ସଂରକ୍ଷଣ ନାରୀ ସଶକ୍ତିକରଣ |

ଜଗତି କରଣ ଯୁଗରେ ନାରୀଟି ରୋଜଗାର ପଛେ ଧାଏଁ

ଲୋଭଟି ସକଳ ପାପର କାରଣ ମର୍ମେ ମର୍ମେ ବୁଝୁଥାଏ |

ଘରୋଇ ହେଉ ବା ସରକାରୀ ହେଉ କର୍ମଜୀବୀ ମହିଳାର

ଉପରେ ସତତ ଲୋଲୁପଙ୍କ ଦୃଷ୍ଟି ଘୁରୁଥାଏ ବରାବର |

ମଥାପରେ ଅସୀ ଝୁଲୁଥାଏ କଷି କାର୍ଯ୍ୟାଳୟ, ଆଳୟର

ଦୁହିତା ଏଠାରେ ତ୍ରିହିତା ସାଧିତା ଚାପ ବଢ଼େ ଗୁରୁତର |

ମର୍ଯ୍ୟାଦାର ରେଖା ବାଧ୍ୟ ହୋଇ ଡିଏଁ ପରିସ୍ଥିତି ତାଡ଼ନାରେ

ପାପ ତ ପାତାଳୁ ଫୁଟି ବାହାରଇ ବିଷ ବୁଣେ ତା ସଂସାରେ |

କରନ୍ତୁ ଈଶ୍ୱର କା ଭାଗ୍ୟେ ଗୋଚର ନୋହୁ କେବେ ଏତାଦୃଶ

ସଂଯମ ଆଚର ପ୍ରତି ନାରୀନର ଲଗାଇ ବିବେକାଙ୍କୁଶ |

ପାର୍ଥିବ ବୈଭବ ଠାରୁ କୋଟିଗୁଣ ବଡ଼ ଚରିତ୍ର ସମ୍ପଦ

ମାପି ଚୁପି ରଖ ଆପଣା ମହତ ଦାଣ୍ଡକୁ ନଦିଶୁ ମନ୍ଦ |



Rate this content
Log in

Similar oriya poem from Inspirational