STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଦାନମାଝି

ଦାନମାଝି

1 min
252


ଓଡିଶା ବାହାରେ ଚହଳ ପଡିଲା

ଦାନ ମାଝିର କର୍ମ।

ମୃତ ପତ୍ନୀକୁ ଉଠାଇ କାନ୍ଧରେ

ନିଭେଇଲା ପତିଧର୍ମ।

ଚିକିତ୍ସାକୁ ହୋଇ ସମ୍ବଳହିନ

ହରାଇ ସ୍ତ୍ରୀର ଜୀବନ।

ଗାଡିଭଡା ପାଇଁ ଅକ୍ଷମହେତୁ

ହୋଇ ଉପାୟହିନ।

କାନ୍ଧରେ ଲଦିଲା ମୃତ ପତ୍ନୀକୁ

ଚାଲିଲା ଯୋଜନ ପଥ।

ସାଙ୍ଗରେ ଥାଏ କନ୍ୟା ରତନ

ଦେଇ ବାପା ମାଆ ସାଥ।

ସନ୍ତାନ ଜନନୀ ପ୍ରେୟସୀର ପାଇଁ

ପ୍ରେମର ଦେଲା ସ୍ବାକ୍ଷର।

ଶିବପରି ସିଏ ସତୀ କୁ ବୋହିଲା

ଦେଖିଲା ଏଇ ସଂସାର।

ଜାଣିଲା ଶେଷରେ ସମାଜ ଯେବେ

ଲମ୍ବିଲା ବଦାନ୍ୟ ହାତ।

ଟିଭି ପେପରରେ ଛପିଲା ତା କଥା

ତା ନାମ ହେଲା ଚର୍ଚ୍ଚିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy