STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଦାନବ

ଦାନବ

1 min
321

ଧାନ ଆଉ ଅଗାଡ଼ି ଗଛ ଦେଖିଲେ

ଏକାପରି ଯଦିଓ,ଚାଷୀ ଚିହିଁଛି,

ଅଗାଡି ର କାଣ୍ଡମୂଳକୁ ସରୁମୁଦିପରି

ବଳୟ ଟିଏ ଅଛି,

ଅଗାଡି ଗଛ ମାନ

ନ ବାଛିଲେ କ୍ଷେତ ସାରା ବାଳୁଙ୍ଗା ଫଳୁଛି

କୁଲାରେ ପାଛୁଡ଼ି ବା ଚଲାରେ ଚଳେଇ

ଅଗାଡି ସବୁଙ୍କୁ ବାଦକଲେ ଯହିଁ

ଉପଯୋଗୀ ଶସ୍ୟ ମିଳେ ,

ଆମ ଭିତରେ ଦାନବ କଳାରେ

ମହିଷାସୁରକୁ ମାରିବାକୁ

ଦେବତା ମାନେ ସ୍ତୁତି ଦିନେ କଲେ

ମା ମହିଷାମରଦିନୀକୁଁ,

ସେଇଦିନ ରାବଣକୁ ପୋଡି

ଦଶା ଯାକଂ ହରିଥିଲେ ବୋଲି,

ଆଜିବି ସେ ଦଶମହା ବିଦ୍ୟା ଶକ୍ତିକୁ

ପ୍ରୟୋଗ କରିବାର ବେଳ,

ମାଆକୁଁ ସ୍ତୁତି ଆଉ ପ୍ରସ୍ତୁତି ପାଇଁ

ଆରାଧନା ପ୍ରସ୍ତୁତି ର ମୃହୃତ

ତ୍ରିଶୂଳ କି ବତ୍ସା ପରି ଛୁରୀଖଣ୍ଡେ ଧରି

ଦାନବ ବଂଶକୁ ତାର ସତ୍ତା କୁ

ଦେବୀଗୋ ସମୂଳେ ଦେଇପାରିବ ମାରି

ଆଉ ସହିବାର ବେଳନାହିଁ

କହିବାକୁ ପଥର ମାନକୁଁ,

ନୀରବରେ ସହୁଥିବା ଅବଳା

ଲଜ୍ୟାରେ ଦାଗକୁ ଲୁଚଉଥିବା ଯୁବତୀ

ଦେବୀ କଂ ପ୍ରତିଛବି କୁମାରୀ

ଏବେ ସ୍ତୁତି ରେ ନୁହେଁ

ପ୍ରସ୍ତୁତି ରେ ଅସ୍ତ୍ର ଧରି

ନାଶକରିବାକୁ ପଡିବ ଦାନବ ମାନଙ୍କୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract