STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଦାମ୍ପତ୍ୟ ଜୀବନ

ଦାମ୍ପତ୍ୟ ଜୀବନ

1 min
152


ଅଦେଖା ସୂତ୍ରରେ ଦୁଇଜଣ ବନ୍ଧା

  ସେ ତ ବିବାହ ବନ୍ଧନ 

ସ୍ନେହ, ଶ୍ରଦ୍ଧା, ଆଉ ପ୍ରୀତି ଫୁଲେ ଗୁନ୍ଥା

   ଜୀବନ ହୁଅଇ ଧନ୍ୟ।। 


ସଂସାର ଗାଡିରେ ପୁରୁଷ ଓ ନାରୀ

   ଅଟେ ଦୁଇ ଚକ ସମ

ବିଶ୍ଵାସ ଭରସା ଥିଲେ ଟି ଅତୁଟ

   ଚଲା ପଥଟି ସୁଗମ।। 


ଚକ ଦୁଇ ସଦା ସମଭାବେ ଗଲେ

   ଘର ସୁରୁଖୁରୁ ଚଳେ

ଅସମାନ ହେଲେ ହୁଏ ଅସୁବିଧା 

   ଘର ଭାଙ୍ଗି ଯାଏ ହେଳେ।। 


ସୁଖରେ ଦୁଃଖରେ ବୁଝିପାରୁଥିଲେ

   ଦୁହେଁ ଦୁହିଁଙ୍କର ମନ

ପ୍ରୀତିର ପୀୟୂଷ ମଧୁମୟ କରେ

   ଏଇ ଦାମ୍ପତ୍ୟ ଜୀବନ।। 


ଲକ୍ଷେ ହୀରା ନୀଳା ନୁହେଁ ସମତୁଲ

    ଉତ୍ତମ ସାଥି ପାଖରେ

ପରିବାର ଲାଗେ ବଇକୁଣ୍ଠ ସମ

   ଦିନ କଟଇ ସୁଖରେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational