STORYMIRROR

Priyabrata Mohanty

Abstract Tragedy Inspirational

3  

Priyabrata Mohanty

Abstract Tragedy Inspirational

ଦାଦନ

ଦାଦନ

1 min
355

ପେଟ ପାଇଁ ଆଜି ସେ ହୁଏ ବିକାକିଣା,

ଶାରୀରିକ ମାନସିକ ସହେ ଯନ୍ତ୍ରଣା ।।


ଅର୍ଥ ପାଇଁ ଭିଟାମାଟି ଛାଡ଼େ ଅଧମ,

ଦିନରାତି ଖଟି ବି ନ ପାଏ ବିଶ୍ରାମ ।।


ଆଶାଶୂନ୍ୟ ଅର୍ଥହୀନ ଗରିବ ଜନ,

ବଞ୍ଚିତ ଲାଞ୍ଛିତ ସେ ପୁଣି ଭୂମିହୀନ ।।


ଋଣର ଚାପେ ନ କଟଇ ତାର ଦିନ,

ନିରୁପାୟ ଦରିଦ୍ର ଖଟଇ ଦାଦନ ।।


ମାନବକୃତ ଅଭାବରେ ହୋଇ ଶିକାର,

ନଜରବନ୍ଦୀ ଅଛି ପୁରା ପରିବାର ।।


ପ୍ରଭାବଶାଳୀ ଲୋକ କରୁଛି ଶୋଷଣ,

ସବୁକିଛି ଜାଣି ଏଠି ଚୁପ ପ୍ରଶାସନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract