STORYMIRROR

Prafulla Kumar Tripathy

Abstract Inspirational

4  

Prafulla Kumar Tripathy

Abstract Inspirational

ଦାଦନ

ଦାଦନ

1 min
223

ଜମିବୋଲି କିଛି ନାହିଁ

ହାତରେ କାମ ନାହିଁ

ଅଭାବଗସ୍ତ ଖର୍ଚ୍ଚ ପାଇଁ

ଗାଁ ସାହୁକାର ପାଖରେ ଜମି ବନ୍ଧା ।

ଓଳିଏ ଖାଇଲେ ଦୁଇଓଳି ଉପାସ

ଆତ୍ମୀୟ ସୁଜନଙ୍କ ସହ ସମ୍ପର୍କ ଛିନ୍ନ

ଭୋକର ଜ୍ବାଳାରେ ଛଟପଟ

ପିଲାଙ୍କ ପାଠ ପଢା

ଡୋରିି ବନ୍ଧା ବହି ବସ୍ତାନିରେ ।

ପୁରୁୁଷ ପୁରୁୁଷ ଅମଳର ଭିଟାମାଟି

ମହାଜନ କରଜ ଜଞିରରେ,

ପେଟ ଚାଖଣ୍ତକ ପାଇଁ

ଭୋକର ଜ୍ବାଳା ଲିଭେଇ ବାକୁ

କାମ ପାଇବା ଆଶାରେ

ଆମେ ଛାଡିଲୁୁ ନିଜ ଭିଟାମାଟି

ସେଥିପାଇଁ ହେଲୁ ଆମେ ଦାଦନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract