STORYMIRROR

Trushna Das

Tragedy

4  

Trushna Das

Tragedy

ଦାଦନ ଶ୍ରମିକ

ଦାଦନ ଶ୍ରମିକ

1 min
465

ପେଟ ପାଇଁ ସବୁ ନାଟକ

ପଇସା କରାଉଛି ସବୁ ନାଟକ

ନିଜ ଅଞ୍ଚଳରେ ରୋଜଗାରକ୍ଷମ ନ ହୋଇ ପାରି ଶ୍ରମିକଗଣ

ଚାକିରୀ ପାଇଁ ନିଜ ଭିଟାମାଟିକୁ ଛାଡ଼ି ବାହାରକୁ କାଢ଼ିଛନ୍ତି ଗୋଡ଼

ଆଜି ସାଜିଛନ୍ତି ଦାଦନ ଶ୍ରମିକ। 


ନିଜ ପରିବାରକୁ ଛାଡି ଦାଦନ ଶ୍ରମିକ 

ସାଜିଛନ୍ତି ଆଜି ପ୍ରବାସୀ ଶ୍ରମିକ 

ସେମାନଙ୍କର ରୋଜଗାର ନାହିଁ ସେତିକି 

ଯେତିକି ଲୋଡା ପରିବାରର ଭରଣପୋଷଣ ପାଇଁ ନିତି। 


ଖରା ବର୍ଷାରେ ଦାଦନ ଶ୍ରମିକମାନେ ମାଟି ହାଣି

ଟିକିଏ ପଇସା ପାଇଁ କେତେ କଷ୍ଟ କରନ୍ତି 

ଜୀବିକା ନିର୍ବାହ କରନ୍ତି କେତେ କଷ୍ଟ କରି....ଜିନିଷପତ୍ର ବହି

ହେଲେ ଲୋକମାନେ ଗରିବ ବୋଲି 

ଚାହାଁନ୍ତି ସେମାନଙ୍କୁ ଆଡ ଆଖି କରି। 


ଦାଦନ ଶ୍ରମିକ ପାଇଁ ମାଳିକମାନଙ୍କର ହୋଇ ଥାଏ ଉନ୍ନତି 

ହେଲେ ମାଳିକ ବୁଝିପାରି ନ ଥାଏ ଦାଦନ ଶ୍ରମିକମାନଙ୍କ କ୍ଳୀଷ୍ଟ

ବ୍ୟବସାୟରେ ଉନ୍ନତି ହେଲେ ମାଳିକର ନାମ ହୋଇ ଥାଏ ସୁନାମ

ଅବନ୍ନତି ହୋଇଲେ ମାଲିକ କରି ଥାଏ ଶ୍ରମିକମାନଙ୍କ ବଦନାମ

ଏ କେମିତି କା ଦାଦନ ଶ୍ରମିକମାନଙ୍କ ଜୀବନ। 


ସହି ନ ହୁଏ ଦେଖିଲେ ଦାଦନ ଶ୍ରମିକମାନଙ୍କର ପୀଡ଼ା 

ଦେଖିଲେ ହୃଦୟରେ ହୁଏ ବ୍ୟଥା 

ପୁଣି ଭାଗ୍ୟ ଖେଳୁ ଥାଏ ଦାଦନ ଶ୍ରମିକମାନଙ୍କ ସହ କ୍ରୀଡ଼ା 

ଲେଖୁ ଥାଏ ସେମାନଙ୍କ ଜୀବନେ ନୂତନ ଗାଥା।


କରୋନା ଖେଳୁଛି ଖେଳ

ଦାଦନ ଶ୍ରମିକ ହୋଇଛନ୍ତି ରୋଜଗାର ଅକ୍ଷମ

ଘର ଲେଉଟିବା ପାଇଁ ବ୍ୟାକୁଳ ହୋଇଛନ୍ତି ଶ୍ରମକଗଣ।


ସରକାର କରିଛନ୍ତି ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସହାୟତା 

କିନ୍ତୁ କିଛି ଶ୍ରମିକମାନେ ହରାଇଛନ୍ତି ନିଜ ଜୀବନ ହୋଇ ଅସହାୟ 

ସହିଛନ୍ତି ସେମାନେ ଅନେକ ଦୁଃଖ କଷ୍ଟ 

ରୋଜଗାରହୀନ ହୋଇ ଘରେ ବସିଛନ୍ତି ନିଜ ଭାଗ୍ୟକୁ କରି ନିନ୍ଦିତ।


ଏ ଯେ ଭାଗ୍ୟ ଦାଦନ ଶ୍ରମିକମାନଙ୍କର 

ସହିବାକୁ ପଡୁଛି ଅନେକ ଦୁଃଖ କଷ୍ଟ 

କିଏ ବା ସେମାନଙ୍କୁ କରିପାରିବେ ଏ କଷ୍ଟରୁ ମୁକ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy