Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Tragedy Action

3  

Anita Dash

Abstract Tragedy Action

ଦାଦନ କହୁଛୁ

ଦାଦନ କହୁଛୁ

1 min
11.5K


ଆମ ଦେଶେ ଲୋକତନ୍ତ୍ରର ଶାସନ

ସଦା ଲୋକ ହିତ ପାଇଁ,

ଦିନ ମଜୁରିଆ ଦାଦନଙ୍କ ଦୁଃଖ

ହେତୁକୁ ନଯାଅ କାହିଁ। [୧]

ଆମେତ ଚାହିଁନୁ ଟଙ୍କିକା ଚାଉଳ

ଗହମ କି ତେଲ ଭିକ,

ଗୋଡ ହାତ ଅଛି ଦାଦନ ଖଟିକି

ପୋଷୁଥିଲୁ ଆମ ପେଟ । [୨]

ବିହି କି ନକଲା କୁଆଡୁ ଆସିଲା

କରୋନା କାଳ ଭୂତାଣୁ ,

ଲକଡାଉନରେ ବନ୍ଦ ହୋଇ ଭୋକ

ବିକଳେ ହେଲୁଣି ସ୍ଥାଣୁ । [୩]

ଯୁଆଡେ ଚାହିଁଲେ ଶିଥିଳ ମରଣ

ଗୋଡଉଛି ଯେହ୍ନେ ଛାଇ,

ମାଟିରେ ଯେମିତି ବାଘ ଗୋଡଉଛି

ପାଣିରେ କୁମ୍ଭୀର ରହି । [୪]

ନିଶ୍ଚିନ୍ତ ମରଣ ଯଦି କର୍ମେ ଲେଖା

ବିଦେଶେ କିଆଁ ମରିବୁ,

ଚାଲି ଚାଲି ନିଜ ଭିଟାମାଟି ଯାଇ

ଶାନ୍ତିରେ ନିଶ୍ୱାସ ନେବୁ। [୫]

ଗର୍ଭବତୀ ଶିଶୁ ବୃଦ୍ଧ ବୃଦ୍ଧା ସହ

ନଖାଇ ଚାଲୁଛୁ ବାଟ,

ଟାଇଁ ଟାଇଁ ଖରା ଦେହ ଶିଝି ଯାଏ

ଗୋଡରେ ହେଲାଣି କ୍ଷେତ । [୬]

ଶୁଣୁଛୁ କୁଆଡେ ତୁଫାନ ଆସୁଛି

ଅବପାତ ରୂପ ନେଇ,

ଜୀବନ ଯିବାର ଆଉ ଗୋଟେ ବାଟ

ନିସ୍ତାର ପାଇବୁ ନାହିଁ । [୭]

ହଜାରେ ଦରିଦ୍ର ଯୋଜନା ପ୍ୟାକେଜ୍

କାହାପାଇଁ କାହାପାଇଁ ,

ଅସହାୟ ଆମେ ଦୀନ ମଜୁରିଆ

ହତାଶେ ମାରୁଛୁ ହାଇ। [୮]

ଆମ ଭାରତର ଅର୍ଥନୀତି ପରା

ସମାଜ ମଙ୍ଗଳ ନୀତି,

ଖଟିଖିଆ ଶବୋପରେ ଗଢିବକି

ଦେଶ ଅଗ୍ରଗତି ଭିତ୍ତି । [୯]

ଯୁକ୍ତି ବାଢୁଛ ମାନ୍ଦା ଅର୍ଥନୀତି

ରାଜକୋଷ ଅଛି ଖାଲି,

ଇଚ୍ଛା ଥିଲେ ପରା ଉପାୟଟା ଆସେ

ଆଗଭର ହୁଅ ଖାଲି । [୧୦]

ବଂଚିବାକୁ ଚାହୁଁ ଆମକୁ ଦିଅହେ

ବଂଚିବାର ଅଧିକାର ,

ଭିକ୍ଷା ମାଗୁନାହୁଁ ନାଯ୍ୟଦାବି ଏତ

ଆମ ଜନ୍ମଗତ ଅଧିକାର । [୧୧]



Rate this content
Log in

Similar oriya poem from Abstract