STORYMIRROR

Binata Mohanta

Abstract Tragedy

3  

Binata Mohanta

Abstract Tragedy

ଦାଦା

ଦାଦା

1 min
183

ଦାଦା, ଏବେ ମଧ୍ୟ ଆପଣଙ୍କ ସ୍ବର ଧ୍ୱନି

         ଗୁଞ୍ଜରିତ ହୋଇଥାଏ ସ୍ମୃତିରେ

     ଯେତେଦୂରେ ଥିଲେ ମଧ୍ୟ ସର୍ବଦା ବିରାଜିତ

         ସଭିଙ୍କ ହୃଦୟ ଓ ମାନସପଟରେ ।। 


     କାହିଁକି ଆସିଥିଲା ଏହି ଅଶୁଭ ଦିନ

          ଜୀବନେ ଆମର ହୋଇ କାଳବେଳ

     ଛଡାଇ ନେଲା ଏକ ପବିତ୍ର ଆତ୍ମାକୁ

           ସ୍ମୃତିରେ ପିନ୍ଧାଉଛୁ ଫୋଟୋରେ ମାଳ ।। 


      ନିତୁ,ଗୁଡୁ ଓ ଓମ ଡାକର ମଧୁରତା

            ପାନ ଜକା ପାଟିର ଅସ୍ପଷ୍ଟ ଉଚ୍ଚାରଣ

      ସେ ସ୍ନେହବୋଳା ସ୍ପର୍ଶ ଓ ଚାହାଣୀ

            ପିଲାଙ୍କ ଦୁଷ୍ଟାମୀର ସବୁ ନିବାରଣ  ।। 


      ଆମ ଗହଣରୁ ଦୂର ହୋଇଯିବା

            ଅଟେ ଏକ ଦୁଃଖଦ କାହାଣୀ

      ଆପଣ ଚାଲିଯିବା ସହିତ ଲିଭିଗଲା

            ସେ ପ୍ରିୟ ଡାକ ବୋହୂ ରାଣୀ ।। 


                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract