ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୁତି
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୁତି
ସୌରାଷ୍ଟ୍ରର ଉପକୂଳେ ପୂଣ୍ୟ ସିନ୍ଧୁ ତଟେ l
ବିଜୟ କରିଲ ଜ୍ୟୋତିର୍ଲିଙ୍ଗ ସୋମନାଥେ ll
ଶ୍ରୀ ଶୈଳ ପର୍ବତ ପରେ ଶ୍ରୀ ମଲ୍ଲିକାର୍ଜୁନ l
ପାର୍ବତୀ ମଲ୍ଲିକା ପୁଣି ଶଙ୍କର ଅର୍ଜୁନ ll
ମହାକାଳ ବୋଲାଇଲ ଅବନ୍ତୀ ନଗରେ l
ଓଁକାର ଅମଲେଶ୍ୱର ନର୍ମଦା ତଟରେ ll
ବୈଦ୍ୟନାଥ ନାମ ତୁମ୍ଭ ବାସ ଝାଡ଼ଖଣ୍ଡ l
ଦେଓଘରେ ବୋଲାଇଛ କଳିର ବଇଦ ll
ସହ୍ୟାଦ୍ରି ଶୈଳଶ୍ରେଣୀରେ ଡାକିନୀ ପର୍ବତ l
ଭୀମାଶଙ୍କର ନାମରେ ଭୀମକର୍ମା ଖ୍ୟାତ ll
ଦକ୍ଷିଣ ଦେଶେ ରହିଲ ନାମ ରାମେଶ୍ୱର l
ସେତୁବନ୍ଧେ ସଂସାରରୁ ଦୁଃଖୀ ପାରିକର ll
ଦ୍ୱାରିକା ପାରୁସେ ବନ ସେ ଅଟେ ଦାରୁକା l
ଦ୍ୱାରିକାଧିଶେ ନାଗେଶ ବାବା କରୁ ଦେଖା ll
ବାରାଣାସୀରେ ବସିଲୁ କାଶୀ ବିଶ୍ୱନାଥ l
ମଣିକର୍ଣ୍ଣିକା ଘାଟ ତୋ ସରଗକୁ ବାଟ ll
ତ୍ର୍ୟମ୍ବକେଶ୍ୱର ତୋ ବାସ ଗୌତମୀର ତଟ l
ପୂତନୀରା ଗୋଦାବରୀ ତୋ ପଦୁ ସମ୍ଭୁତ ll
ହିମାଳୟ ହୈମବତୀ ପିତ୍ରାଳୟ ପାଶେ l
କେଦାରେଶ୍ୱର ତୋହର କେଦାର ପ୍ରକାଶେ ll
ଓଉରଙ୍ଗାବାଦେ ବହି ନାମ ଘ୍ରୁଷ୍ଣେଶ୍ୱର l
ପାବନକରୁ ଐତିହ୍ୟ ଭୂମିକୁ ତାହାର ll
ଏହିପରି ଜ୍ୟୋତିର୍ଲିଙ୍ଗ ଅଟେ ବାର ଗୋଟି l
ଜ୍ୟୋତି ପ୍ରକାଶରେ ସର୍ବ ଅଜ୍ଞାନ ନାଶନ୍ତି ll
ଜ୍ୟୋତିର୍ଲିଙ୍ଗ ମହିମା କେ ବଖାଣେ ସମର୍ଥ l
ସପ୍ତ ଜନ୍ମ ପାପ ଖଣ୍ଡେ ସ୍ମର ସାୟଂ ପ୍ରାତଃ ll
