STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଚଉଠି ରାତିର ପହିଲି ପରଶ

ଚଉଠି ରାତିର ପହିଲି ପରଶ

1 min
226


ମେଘ ଆସିଯାଏ ଯେବେ

ମୋ ପ୍ରିୟାର ମଝି ଅଗଣା ଦେଇ

ଆଣିଥାଏ କିଛି ନୂଆଁ ଖବରଟି

ସେତ ମୋର ପ୍ରିୟ ଡାକବାଳା ।


ବର୍ଷାର ସିରି ସିରି ପବନରେ

ପ୍ରିୟା ମନ କଥା

ଆଉ

ଗୋପନ ପ୍ରଣୟ କାହାଣୀ

ନାଲି ନାଲି ଗୋଲାପ ପାଖୁଡାର 

ଓଠର ନିବୃତ କୋଣରୁ

ପବନରେ ଭାସି ଆସି

ବୋଲି ହୋଇଯାଏ ମୋର

ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗରେ ।


ବର୍ଷାର ଝିପ୍ ଝିପ୍ ଶଦ୍ଦେ

ତା'ର ଟପ୍ ଟପ୍ ବରଷା ପାଣିରେ

ହଜିଯାଏ ମୋ ପ୍ରିୟାର ଶବ୍ଦ

ଖୋଜିହୁଏ ମୁଁ ସାରା

ମୋର ମରୁ ଅଗଣାରେ ।


ବର୍ଷା ତ ହେଉଛି ସତ

କିନ୍ତୁ ଭିଜୁ ନାହିଁ ମୋର

ଦେହ ଆବରଣ ।

କିନ୍ତୁ

ଭିଜିଯାଏ ମୋର

ହୃଦୟର ଭଗ୍ନ ବୀଣା ଖଣ୍ଡି

ଯୋଡି ହୁଏ ତା'ର ତାର ଗୋଟି

ଦର ଭିଜା ଓଠର ଭିତରୁ

ହୃଦୟରେ ବନ୍ୟା ଉଠେ ମୋ'ର

ମନେ ପଡେ 

ଚଉଠି ରାତିର ପହିଲି ପରଶ ।




Rate this content
Log in

Similar oriya poem from Romance