STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସତ୍ୟବାଦୀ ଗୋପୀନାଥ

ଚଉପଦୀ - ସତ୍ୟବାଦୀ ଗୋପୀନାଥ

1 min
13.7K


କବି - ସାଲବେଗ


ସତ୍ୟବାଦୀ ଗୋପୀନାଥ

ମୋହନ ମୁରଲୀ ନାଦେ ମୋହି ନେଲ ଚିତ୍ତ ।

ସତ୍ୟ ବଚନେ ପ୍ରଭୁ କାଶୀରୁ ଅଇଲ

ବ୍ରାହ୍ମଣକୁ କନ୍ୟା ଏଇ ସେଠାରେ ରହିଲ ।

କପୋଳେ ଚନ୍ଦନବିନ୍ଦୁ ଚନ୍ଦ୍ରପରି ଶୋହେ

ତାଳୁରେ ମୟୂରପୁଚ୍ଛ ତ୍ରିଭୁବନ ମୋହେ ।

କର୍ଣ୍ଣରେ କୁଣ୍ଡଳ ଅଙ୍ଗୁଷ୍ଠିରେ ରତ୍ନମୁଦି

କଟିତଟେ ଶୋଭାଦିଶେ ପୀତାମ୍ବରୀ ଖଦି ।

କି ଲୀଳା କରୁଛ ପ୍ରଭୁ ସିଂହାସନେ ରହି

ଭକତ ନିମନ୍ତେ ଭୁଜ ଟେକିଛ ଗୋସାଇଁ ।

କହେ ସାଲବେଗ ହୀନ ଜାତିରେ ଯବନ

ତୁମ୍ଭେ ଦୟାକଲେ ମୁଁ ଯେ କରିବି ଦର୍ଶନ ।


Rate this content
Log in

Similar oriya poem from Classics