Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସମ୍ପୂର୍ଣ୍ଣ ସୁଧାକର ବଦନା

ଚଉପଦୀ - ସମ୍ପୂର୍ଣ୍ଣ ସୁଧାକର ବଦନା

1 min
6.2K


କବି -ନୃସିଂହ ପଟ୍ଟନାୟକ

ରାଗ -କାଫି ,ତାଳ -ଏକତାଳି


ସମ୍ପୂର୍ଣ୍ଣ ସୁଧାକର ବଦନା ବନ୍ଧୁ ।

ସୁନ୍ଦରୀମଣି ସରୁମଧ୍ୟମାରେ

ତୁ ମୋ କରୁଣାସିନ୍ଧୁ । ୧ ।

ସଖି ଶିରୀଷମୃଦୁ ସରୋଜବାସ ।

ଶମ୍ପା ସୋଦର ବରନିରେ ରମା

କଲେ ଯେ ଅଙ୍ଗେ ବାସ । ୨ ।

ସିନ୍ଦୁରାରୁଣ ବିମ୍ବ ବଧୁଲୀ ଜବା ।

ସୁରଙ୍ଗି ଗୋରି ଦନ୍ତବାସକୁରେ

ସମ କି ଗୁଣେ ଅବା । ୩ ।

ସରସ କଳକଣ୍ଠ କଳ ବଚନା ।

ସାରସ ମତ୍ତଗଜ ଗମନାରେ

ସ୍ମରତାପ ମୋଚନା । ୪ ।

ସଂସାର ସାର ସବୁ ସୁଖ ତୁ ମୋର ।

ସତ୍ୟ ନୃସିଂହ ପଟ୍ଟନାୟକର

କାଳେ କାଳେ ତୁ ମୋର । ୫ ।


Rate this content
Log in

Similar oriya poem from Classics