ଚଉପଦୀ-ସଜ କଞ୍ଜ ନୟନା କୁଞ୍ଜେ ଆରେ
ଚଉପଦୀ-ସଜ କଞ୍ଜ ନୟନା କୁଞ୍ଜେ ଆରେ
କବି - ଅଜ୍ଞାତ
ସଜ କଞ୍ଜ ନୟନା
କୁଞ୍ଜେ ଆରେ । ଘୋଷା ।
ମଧୁର ତାନ ତୋଳି
ଜୟ ଶ୍ରୀରାଧେ ବୋଲି
ବାଜେ ଶ୍ୟାମ ମୁରଲୀ
ସଜରେ କୁଞ୍ଜରେ
ମଧୁରେ ମଧୁରେ । ୧ ।
ଯେତେ ବ୍ରଜ ଯୁବତୀ
କୁଞ୍ଜେ କଲେଣି ଗତି
ଭେଟିବେ ଯାଇ ବ୍ରଜ
ରାଜାରେ ବଜାରେ
ହଜାରେ ହଜାରେ । ୨ ।
ବାଜୁ ବାଜିଲେ ବାଜା
ତୋ ନାମେ ନାରୀରଜା
ନ ଯା ତୁ ଆଉ ବ୍ରଜ
ଲାଜରେ ଲାଜରେ
ଲାଜରେ ଲାଜରେ । ୩ ।
