STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଶ୍ୟାମ ଶ୍ରୀଅଙ୍ଗେ ନେତ୍ର

ଚଉପଦୀ - ଶ୍ୟାମ ଶ୍ରୀଅଙ୍ଗେ ନେତ୍ର

1 min
12.9K


ଶ୍ୟାମ ଶ୍ରୀଅଙ୍ଗେ ନେତ୍ର ପଡ଼ିଲାରେ

କବି -ବନମାଳୀ ଦାସ

ରାଗ -ପୁନ୍ନାଗ , ତାଳ - ଏକତାଳି


ଶ୍ୟାମ ଶ୍ରୀଅଙ୍ଗେ ନେତ୍ର ପଡ଼ିଲାରେ

ପଡ଼ି ବିବେକ ଜ୍ଞାନ ବୁଡ଼ିଲାରେ । ଘୋଷା ।

କି ଶୋଭା ସେ ମୋହନ ମୂରତି ନବଘନ

ମନ ତା ସଙ୍ଗ ପ୍ରୀତି ଲୋଡ଼ିଲାରେ

ଚନ୍ଦ୍ରିକା ମୁକୁଟିଆ ହଟ ନଟ କୁଟିଆ

ଛବିକି କେ ବିନ୍ଧାଣୀ ଗଢ଼ିଲାରେ ।

ଜୀବନ ଯଉବନ ଜାତି ଧୃତି ଗୁମାନ

ସବୁ ତା ପାଦତଳେ ପଡ଼ିଲାରେ

କି ଘର ବର ଛାର କି ବା ବନ୍ଧୁ ସୋଦର

ପତି ବରତ ମୂଳ ତାଡ଼ିଲାରେ ।


Rate this content
Log in

Similar oriya poem from Classics