STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଶ୍ରୀମତି ଶ୍ରୀପତି ବୃନ୍ଦା

ଚଉପଦୀ - ଶ୍ରୀମତି ଶ୍ରୀପତି ବୃନ୍ଦା

1 min
14.6K


କବି - ଉପେନ୍ଦ୍ର ଭଞ୍ଜ

ରାଗ - ମିଶ୍ର ଖମ୍ବାଳ ତାଳ- ଆଦିତାଳ


ଶ୍ରୀମତି ଶ୍ରୀପତି ବୃନ୍ଦାବନେ

କେଳି ରଚିଲେ । ପଦ ।

ବୃନ୍ଦାବନ ଶୋଭା ତରୁ

ତରୁ ତଳେ କଳ୍ପତରୁ

ତରୁଣୀ ରତନ ତରୁ

ତରଳାକ୍ଷୀ ମାତିଲେ । ୧ ।

ସାରଙ୍ଗରଦ ପଲଙ୍କେ

ସାରଙ୍ଗ ପଙ୍କିଳ ପଙ୍କେ

ସାରଙ୍ଗମୁଖୀ ସାରଙ୍ଗ

ସାରଙ୍ଗରେ ମାତିଲେ । ୨ ।

କମଳଦେଶେ କମଳ

କମଳେ କମଳ ମାଳ

କମଳମୁଖୀ କମଳା

କମଳରେ ମାତିଲେ । ୩ ।

ହରି ପରେ କରି ଘେନି

ହରଷେ ମୃଗଲୋଚନୀ

ହରି ରିପୁ ରିପୁ ହରି

ହର ସେବା ପାଞ୍ଚିଲେ । ୪ ।

ଅଶେଷ ରସରେ ରସି

ରସାଇ ରସିକା ରସି

ହରଷରେ ରସି ରସେ

ଉପଇନ୍ଦ୍ର ଭାଷିଲେ । ୫ ।


Rate this content
Log in

Similar oriya poem from Classics