STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସାରିଦେଲାଣି ଶମ୍ବରାରି

ଚଉପଦୀ - ସାରିଦେଲାଣି ଶମ୍ବରାରି

1 min
13.2K


କବି -ଗୌରହରି ପରିଚ୍ଛା

ରାଗ - ଭୈରବୀ ,ତାଳ - ଆଦିତାଳ


ସାରିଦେଲାଣି ଶମ୍ବରାରି

ରେ କିଶୋରି । ପଦ ।

ଏକା ତାକୁ ଦେଖି ।

ପଞ୍ଚଶର ଯୋଖି ।

ଏକାଥରେ ହୃଦେ ଦେଲା

ମାରିରେ । କି । ୧ ।

ମୋହନ ନିକୁଞ୍ଜ ।

ସଦନରେ ଆଜ ।

ରହିଛନ୍ତି ଚେତନାକୁ

ହାରିରେ । କି । ୨ ।

ଅତିଶୟ ବାଧା ।

ଲଭି ରାଧା ରାଧା ।

ବୋଲି ଡାକୁଛନ୍ତି

ବଂଶୀଧାରିରେ । କି । ୩ ।

ଅଧର ଅମୃତ ।

ଦେଇ ସ୍ମରଭୀତ ।

ହରି ଶ୍ରୀ ହରିଙ୍କି କର

ପାରିରେ । ୪ ।

କହେ ଦ୍ୱିଜ ଗୌର

-ହରି ସଖୀ ଗିର ।

ଶୁଣିବାରୁ ହେଲେ ଅଭିସାରୀ

ସେ ନାଗରୀ । ୫ ।


Rate this content
Log in

Similar oriya poem from Classics