Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ପ୍ରାଣ ବାନ୍ଧବୀ ଦିନେ

ଚଉପଦୀ - ପ୍ରାଣ ବାନ୍ଧବୀ ଦିନେ

1 min
6.9K


କବି - ନୀଳକଣ୍ଠ ଭଞ୍ଜ

ରାଗ -କାଫି


ପ୍ରାଣ ବାନ୍ଧବୀ ଦିନେ ପ୍ରାଙ୍ଗଣ ପରେ

କର ଦେଇଣ ଥିଲା ଥୋର ହସ୍ତରେ

ସେ ମୋ ଚମ୍ପକଗୋରୀ

ଧନ୍ୟ ଧନ୍ୟ ତାହାର ଶୋଭା ଚାତୁରୀ । ୧ ।

ଜୁଡ଼ାରେ ଥିଲା ତାର କିଆ ପାଖୁଡ଼ା

ତା ଦେଖି ଅଙ୍ଗେ ହେଲା ଅନଙ୍ଗପୀଡ଼ା । ୨ ।

ଲଲାଟେ ଥିଲା ତାର ସିନ୍ଦୂର ବିନ୍ଦୁ

ତା ଦେଖି ବଢ଼ିଲା ଯେ ଆନନ୍ଦ ସିନ୍ଧୁ । ୩ ।

ଗଇରିକର ଚିତା ଅଙ୍ଗେ ଶୋଭିତ

ତା ଦେଖି ଧଇର୍ଯ୍ୟ ମୋ ହୋଇଲା ହତ । ୪ ।

ପିନ୍ଧଣ ଥିଲା ନୀଳ ଝୀନ ବସନ

ଫୁଟିଣ ଦିଶୁଥିଲା ଘନ ଜଘନ । ୫ ।

ଭଲା ଭାଗ୍ୟରେ ଶୋଭା ଦେଖିଲି ମୁହିଁ

ଦେଖି ମୋତେ ଲୁଚିଲା ବନଜ ମୁହୀଁ । ୬ ।

ଭଣିଲେ ନୀଳକଣ୍ଠ ନୃପତି ବର

ରମଣୀକି ପାଇଲେ କରନ୍ତି ହାର । ୭ ।


Rate this content
Log in

Similar oriya poem from Classics