Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ-କି କହିବି ସେ ଘନଜଘନୀ ବେଦନା

ଚଉପଦୀ-କି କହିବି ସେ ଘନଜଘନୀ ବେଦନା

1 min
7.3K


କବି - ଗୌରହରି ପରିଚ୍ଛା

ରାଗ - ବୁଝାବତୀ ତାଳ - ଆଦିତାଳ


କି କହିବି ସେ

ଘନଜଘନୀ ବେଦନା (ମୋହନ)

ଦେଖିବା କ୍ଷଣି ଛାଡ଼ି

ଗଲା ମୋ ଚେତନା । ପଦ ।

ଶୁଣହେ ନିର୍ଦ୍ଦୟ ହରି ।

ତୁମ୍ଭ ନାମ ଧରି ଧରି ।

କାଳକୁ ନେଉଛି ସେ

କେତକୀ ବରନା । ୧ ।

ବିହ୍ୱଳିତ ତା ବଚନ ।

ଶୁଣିଲା କ୍ଷଣି ମୁଁ ଛନ୍ନ ।

ହୋଇ ଧାଇଁ ଆସିଲି

କହିବାକୁ ସିନା । ୨ ।

ପ୍ରାତଃ ସମୟର ଶଶୀ ।

ପରିରେ ଗଲାନି ଦିଶି ।

ଜମ୍ବୁନଦ ଜନିତ

ହାଟକ ବରନା । ୩ ।

ଅଶନ ବାସ ଭୂଷଣ ।

ହୋଇ ଗଲାନି ନିଊନ ।

କେବଳ କରୁଛୁ ତୁମ୍ଭ

ସଙ୍ଗେ ଭାବନା । ୪ ।

ଶ୍ରୀନିବାସ ରାଜମଣି

ସୁତ କହେ ସଖୀ ବାଣୀ ।

ଶୁଣି ମିଲିଲେ ଶ୍ରୀହରି

ହୋଇ ସୁମନା । ୫ ।


Rate this content
Log in

Similar oriya poem from Classics