STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଜୟ ଶ୍ରୀଶାରଦା ଗୋ

ଚଉପଦୀ - ଜୟ ଶ୍ରୀଶାରଦା ଗୋ

1 min
13.4K


କବି -କିଶୋରଚନ୍ଦ୍ର ରାଜେନ୍ଦ୍ର


ଜୟ ଶ୍ରୀଶାରଦା ଗୋ

ସଜକଞ୍ଜଲୋଚନା

ବିଧୂବଦନା କୁନ୍ଦରଦନା ଗୋ । ଘୋଷା ।

ଦିବ୍ୟଜ୍ଞାନ କୁଶଳା

କୁନ୍ଦଇନ୍ଦୁଧବଳା

ଦୀନଜନବତ୍ସଳା

ଅମରୀଶିରମାଳା ।

ମାଣିକ୍ୟବୀଣାଗୁଣା

ପୁଣି ଚାଳ ନିପୁଣା

କଉତୁକିନୀ ହରି

ମନମୋହିନୀ ବାଳା । ୧ ।

ଧନ୍ୟ ସେ ବୃହସ୍ପତି

ବିରଚି ନାନାସ୍ତୁତି

ଅରଜି ଗୁରୁଖ୍ୟାତି

ସରଜିଲେ କୀରତି ।

ପଡ଼ି ସେ ପାଦତଳେ

କିଶୋରଚନ୍ଦ୍ର ବୋଲେ

ସଦୟ ନେତ୍ରାଞ୍ଚଳେ

ଅନାଇଁ ଦିଅ ହେଳେ । ୨ ।


Rate this content
Log in

Similar oriya poem from Classics