STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଏଥରକ ଶ୍ୟାମ ଦୋଷ

ଚଉପଦୀ - ଏଥରକ ଶ୍ୟାମ ଦୋଷ

1 min
14.2K


କବି - ଗୋପାଳକୃଷ୍ଣ ପଟ୍ଟନାୟକ

ତାଳ ଆଠତାଳି, ରାଗ ଚମ୍ପକ କେଦାର


ଏଥରକ ଶ୍ୟାମ ଦୋଷ କର କ୍ଷମା ରେ । ଘୋଷା ।

ପଦତଳେ ପଡ଼ି

ଯାଉଛନ୍ତି ସଢ଼ି

ତୋଳ ହେଲେ ଶ୍ରୀମୁଖ ଚନ୍ଦ୍ରମା ରେ । ୧ ।

ନ ଘୋଡ଼ା ଶ୍ରବଣ

କହୁଛନ୍ତି ଶୁଣ

କୃପାନିଧି ବୃଷଭାନୁ ଜେମା ରେ । ୨ ।

କେତେଥର ସହି

ଯାଇନାହୁଁ ସହି

ଅପରାଧଯାକ ଘେନି ପ୍ରମା ରେ । ୩ ।

ପଶୁପନଗରୀ

ଶିରୀ ଯିବ ସରି

ନ ଚାହିଁଲେ କେଶରୀମଧ୍ୟମା ରେ । ୪ ।

ଗୋପାଳକୃଷ୍ଣ ସେ

ସମୟରେ ଭାଷେ

ଅର୍ଦ୍ଧ ହୋଇଗଲାନି ତ୍ରିଯାମା ରେ । ୬ ।


Rate this content
Log in

Similar oriya poem from Classics