STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-96

ଚଉପଦୀ ଧର୍ମୀୟ-96

1 min
270

ଚଉପଦୀ

ଭାଗ (96)

ଶଙ୍କରା ଭରଣ - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚିତ୍ତକୁ ଯେବେ ପାଇଲା କର, ହିତକୁ ସିନା କହୁଛି ଚାକର (0)

ତନୁ ଚୀନ ଚେଳ ଯାହା ସମାନ, ଅନୁଚିତ ତାହାଠାରେ ଗୁମାନ (1)

ଖଳକୁ ଗିର ଗଉରବେ ରସି, ତଳକୁ ହୋଇବାର ମୁଖଶଶୀ (2)

କାହିଁ କି ଶୁଣି କିସ ଆଭାଷିଲା, କାହିଁକିଟି ଏତେ କଥା ଆସିଲା (3)

ଖଞ୍ଜନ ମଞ୍ଜୁଳ ନେତ୍ରୁ ନିବାର, ଅଞ୍ଜନ ମିଶା ଅଶ୍ରୁ ବହିବାର (4)

ନ ଧର ରେ ରସ କଳପଲତା, ଅଧର ପାନ ଦାନ କୃପଣତା (5)

ଶ୍ରୀହରି ବିନୟେ କିଶୋରୀ ତୋଷେ, ବିହରିଲେ ହରିଚନ୍ଦନ ଭାଷେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics