STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-82

ଚଉପଦୀ ଧର୍ମୀୟ-82

1 min
302

ଚଉପଦୀ

ଭାଗ (82)

ରାଗ - ପୂରବୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଗୋ ରସନାଟି, କୃଷ୍ଣନାମ ଛାଡି ଆନେ ରସ ନା ଟି (ଘୋଷା)

ଅଟକ ନ ରହି ଅଳସରେ, ରଟ ରଟ ଚଳ ବିଳାସରେ .

କୃଷ୍ଣ କେଶବ କେଶି - କଂସ - ଦଳନ ବଲ୍ଲବୀଜନବଲ୍ଲଭ ହରେ (1)

ଉପଳ ଶାକର ରସଫେଣା, ମଧୁ ମଧୁରସା ସରପଣା,

ସୁଧା ତାମରସ - ନେତ୍ରା ରଦବାସ, ଏ ସବୁ ଶ୍ୟାମ ନାମରୁ ଊଣା (2)

ମକରନ୍ଦ ପକ୍ୱ ଚୂତ ରସ, ପ୍ରବାହେ ନରଖ ତୁ ତରସ,

 ବିଲକ୍ଷଣ ହରିନାମଙ୍କ ମାଧୁରୀ, ଇତର ସକଳ ଗତରସ (3)

ବୃନ୍ଦାବନବ୍ୟୋମ କଳାକର, ବିରାଜଧ୍ୱଜ ହେ ବିଶ୍ୱମ୍ଭର,

ଅଜ ବାସୁଦେବ ମୁକୁନ୍ଦ ମାଧବ, ଗୋବିନ୍ଦ ବୋଲି କୀର୍ତ୍ତନ କର(4)

ଖଣ୍ଡ ମରିଚ କର୍ପୂର ଚୂରି, ବେଲେହେଁ ସୁରଭି - କ୍ଷୀରେ ଭରି,

ଶ୍ୟାମ ରମଣୀୟ ମୋହନବିଗ୍ରହ, ନାମର କଳାକୁ ନୋହେ ସରି (5)

ବୋଲ ବୋଲ କଂସନିସୂଦନ, ଜୟ ଜୟ ଦେବ ଜନାର୍ଦ୍ଦନ,

ଅଷ୍ଟଦୁର୍ଗପତି କହିବା ଭାରତୀ ଇଷ୍ଟ ସୁଧାରସ ପରି ଘେନ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics