STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-80

ଚଉପଦୀ ଧର୍ମୀୟ-80

1 min
406

ଚଉପଦୀ

ଭାଗ (80)

ରାଗ - ଇମନ କଲ୍ୟାଣ - ଆଦିତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଗୁମାନ ମାନସୁ ତେଜ ନିଜ ଦାସରେ

ଜମାଅ ମାଳତୀ ମୃଦୁଦେହେ ହାସରେ (ପଦ)

ରସନିଧି ଦାୟାଳୁ ତା ଯଶ ପରକାଶରେ,

କର ମୋର ଉତ୍ସଙ୍ଗେ ନିବାସ ରେ (1)

ଧନ, ମହା ସୁଖଲତା ଲିଭିଲାଟି ନାଶରେ,

ମନମଥ ଧନଞ୍ଜୟ ଝାସରେ (2)

ଦୁଃଖ ତପତ ମୋ ବକ୍ଷସ୍ଥଳକୁ ଆଶ୍ୱାସରେ

ସ୍ତନ ସୁଧା କଳଶ ବିନ୍ୟାସରେ (3)

ଚମ୍ପାଗଉରବେହା ମୋର ବିନା ଦୋଷରେ,

କମ୍ପକୁ ନ ପାଳ ରଦବାସରେ (4)

ରଚି ଶୁଚି  ସ୍ମିତ ନବମଲ୍ଲା ସମୁଲ୍ଲ ସରେ,

ଶୁଭାଙ୍ଗୀ ଭାରତୀ ପଦେ ଭାଷ ରେ (5)

ମଣ୍ଡିଲେ ଶ୍ରୀମତୀ ହରିଗିର ଶୃତିପାଶରେ,

ତୋଷେ ବସୁଦୁର୍ଗ ଧରାଧୀଶ ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics