STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-8)

ଚଉପଦୀ(ଧର୍ମୀୟ-8)

1 min
204

ଚଉପଦୀ

ଭାଗ (8)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଅରଜିବି ପଛେ ଜନ ଅପକ୍ଷାତିକି ଗୋ,

ବରଜିବି କେହି ଶ୍ୟାମଘନ ପ୍ରୀତିକି ଗୋ (ଘୋଷା)

ତେଜି ଜାଈଦଳ ଶଖେଜ, ଘନସୀରା ମଳୟଜ,

କରିବ କେ ରାଜୀବଦଳକୁ ଗତିକି ଗୋ (1)

ତା ସୁନ୍ଦର ମନ୍ଦହାସ, ରୁଚିର ଭୂରୁ ବିଳାସ,

ଛାଡି ଆଡିବକେ ଫୁଲବାଣେ ଛାତିକି ଗୋ (2)

ପଦକୁ ପୁରନ୍ଦରର, କରିଦେବି କରି ଛାର,

ନିତି ନିତି ତା ସୁରତେମାତିକି ଗୋ (3)

ତେଜିଣ କୋଣ ଚାହାଣି,ପୀୟୂଷ ମଧୁରବାଣୀ

ସହିବ କେ କାମରାଜ ଝଳି କାତିକି ଗୋ (4)

କରି ଗାଢେ ପରିରମ୍ଭ, ତାଅଧର ପକ୍ୱବିମ୍ବ,

ପିଇଥିବି ପାହିଯିବା ଯାଏ ରାତିକି ଗୋ (5)

ବୋଲେ ବସୁଦୁର୍ଗପତି, ଧ୍ୟାନକରି ତା ମୂରତି,

ନାମ ଭଜନରେ ହେବି ଯତି ଗୋ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics