ଚଉପଦୀ ଧର୍ମୀୟ-73
ଚଉପଦୀ ଧର୍ମୀୟ-73
ଚଉପଦୀ
ଭାଗ (73)
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
କୃପାନିଧି ! କଟାକ୍ଷ କର ମୋ’ ଠାରେ (0)
କମଳା - ରମଣ, ଆହେ ନାରାୟଣ, ଶରଣ ପଶୁଚି ପା’ରେ (1)
ତୁମେ ପ୍ରଭୁ ଥାଉ ‘ନାଥ’ ମହାବାହୁ,
ଆଉ ଭଜିବି କାହାରେ ? (2)
ତୁମେ ପରା ହରି ଉଦ୍ଧରିଲ ‘କରୀ’
‘ନକ୍ତ’ ହାଣି ଚକ୍ର ଘା’ ରେ ? (3)
କାହାର ବିପଦ ତୁମ ପଦ୍ମ - ପଦ
ହରିନାହିଁ ଟି ରସାରେ ? (4)
ନୃପ ଛୋଟରାୟ ହେଉ ଗତଭୟ
କୃପା - ସୁଧା ବରଷାରେ (5)
କବିସୂର୍ଯ୍ୟ ବଳଦେବ ରଥ
