STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-70

ଚଉପଦୀ ଧର୍ମୀୟ-70

1 min
211

ଚଉପଦୀ

ଭାଗ (70)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କେହି ସରି କି ପ୍ରଭୁପଣେ ନୀଳଦ୍ରି - କେଶରୀକି,

ଯା ଠାରେ ପୁରିଛି ଦୁଃଖୀଜନଦୟା ନଖଠାରୁ ଶିଖା ସରିକି (ପଦ)

କି କହିବା ଆଉ ତାଙ୍କ ଶ୍ରୀଚରଣ ଅନୁସରଣ ଚାତୁରୀକି,

ବଜାଉଛନ୍ତି ବିଭୀଷଣ ଆଗରେ ଜଗତ ବିଜୟତୁରୀକି (1)

ସାନକୁ ବଡ କରିବାରେ ଉଡାଇଅଛନ୍ତି ଧ୍ୱଜ ମଞ୍ଜରୀକି,

ଦେଖ ନାଗ ନର ଗନ୍ଧର୍ବ କିନ୍ନର ଉପରେ ଧ୍ରୁବ ନଗରୀକି (2)

କି କହିବି ତାଙ୍କ ପୀରତି କରିବା କୀରତିଚନ୍ଦ୍ର ମାଧୁରୀକି,

ରଙ୍କ ବିପ୍ରପାଦ ଧୁଆଇ ଯା ଦେଲେ ରମାକରେ ରତ୍ନଝରିକି (3)

କ୍ଷମାସାଗର ଯେ ତାହାଙ୍କୁ ଭଜିଲେ କାଳ କିଙ୍କରଙ୍କୁ ଡରିକି,

ବୋଲେ କବିସୂର୍ଯ୍ୟ ଆନ ଉପାୟକୁ ପେଲିଦିଅ ଗିରିବରୀକି (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics