STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-64

ଚଉପଦୀ ଧର୍ମୀୟ-64

1 min
335

ଚଉପଦୀ

ଭାଗ (64)

ରାଗ - ତୋଡିପରଜ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କିଶୋରୀ, ଲାଜେ କିମ୍ପା ପୋତୁ ମଥା

ନୁଚାଉ ଯେ ରସ - ବିଚକ୍ଷଣ ମୁଖ

ନାହିଁକି ସେ ମନ କଥାରେ (ପଦ)

ବୟସ ସିନା ପନ୍ଦର ପୁରି ନାହିଁ

ଗୁମାନେ ତ ନୋହୁ ଊଣା

କହୁଥାୟେ ସବୁ ଚାଲିବା ଗରବୁ

ତୋ ମଣି କଳା ବାଜଣା ରେ (1)

ପ୍ରତି ପଦନ୍ୟାସେ ଭଣି ଭଣି ଭାଷେ

ବିଳାସ କେତେ ଦେଖାଇ

ବିଷମ ବାଣକୁ ନିଦ୍ୟାସୀ ଖାଇବା

ଅଭିମାନ ଥାଉଁ ଥାଉଁ ରେ (2)

ମୁକୁତା ଦଶନା ତନୁମାତ୍ର ସିନା

ଶିରିଷ କୁସୁମ ସମ

କଟାକ୍ଷ ତ ଗିରିବରକୁ ବିଦାରି

ମାରିବା ପରି ବିଷମ ରେ (3)

ପଦେ ପରିହାସେ ମୁଖ ମଣ୍ଡି ହାସେ

ପକାଇ କେତେ ଆଗରୁ

ମୋର ବି ପୁରତ ସୁରତ ସାଧନେ

ପାଇଲି ମନ୍ତ୍ର ଆଗରୁ ରେ (4)

ମୂରୁଖ ସଖୀକି ନା ନା ପ୍ରବନ୍ଧରେ

ନଚାଇବା ଗୁରୁ ତୁହି

ଅଷ୍ଟଦୁର୍ଗନାଥ କହେ ଯେବେ ନୋହେ

କହ ତ ମୋ ମୁଖ ଚାହିଁ ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics