STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-61

ଚଉପଦୀ ଧର୍ମୀୟ-61

1 min
201

ଚଉପଦୀ

ଭାଗ (61)

ରାଗ – ବାହାର - ଝୁଲା

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କି ଭଙ୍ଗୀରେ ଆଇଲାରେ ନୂଆ ଛଇଳା (0)

ମୋ ଧନ ରଙ୍ଗେ ମଦନସଙ୍ଗେ

ଲଢିବା ଛଡିଯାକ ଧଇଲା (1)

ତାହା ମାଧୁରୀ ସୁଧା ନିର୍ଝରୀ

ନେତ୍ରେ ପାତକ ଫଳ ଧୋଇଲା (2)

ମୋ ମନ ଚୋରି କରି କିଶୋରୀ

ସ୍ତନ କନକ ଘଟେ ଥୋଇଲା (3)

ବନ୍ଧୁଆ ମୋର କେଡେ ସୁନ୍ଦର

ଶ୍ରୁତି ମଣ୍ଡନ ଦୋହଲାଇଲା (4)

ସରସ ସ୍ମିତ ସୁଷମାରୁ ତ

ଚନ୍ଦ୍ରମା ଛବିକି ଛପାଇଲା (5)

ସେ କୃଶକଟୀ କଟୀରେ ରଟି

କିଙ୍କିଣିକି କିଣି ପକାଇଲା (6)

ଅଷ୍ଟଦୁର୍ଗେଶ ରଚିବା ରସ

କୃଷ୍ଣଚରଣକୁ ତକାଇଲା (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics