STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-53

ଚଉପଦୀ ଧର୍ମୀୟ-53

1 min
291

ଚଉପଦୀ

ଭାଗ (53)

ରାଗ - ପୁରୀକଲ୍ୟାଣ, ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କାହିଁକି ମା କାହିଁକି ଗୋ,

କାହିଁକି ସେ ଚାହିଁ ରହିଲେ ମୋତେ ଆଜ (0)

ନ ଥିଲି ମୁଁ ଏକା ଜଣେ, ଥିଲା ତ ମୋର ଗହଣେ

ରସ ରୂପବତୀଙ୍କ ସମାଜ (1)

ମୋ ପ୍ରିୟ ସଖୀ ବୋଲାଇ, ପ୍ରିୟ ବଚନେ ଭୁଲାଇ

ଆଚରିଛି କି ଗୋ କିଛି ବ୍ୟାଜ (2)

ମୁଁ ପରାଧିନା ଯୁବତୀ, କୁଳ- ଶୀଳ - ଲାଜବତୀ

ମୁଁ କେ, କେ ସେ ବ୍ରଜ ଯୁବରାଜ (3)

ଜନ ବଦନେ କେ ହାତ, ଦେବ ହେବ ଏଥୁଁ ଖ୍ୟାତ

ପ୍ରୀତି ହେଲା ପରା ଏ ନିଆଜ (4)

ଜଗଦ୍ଦେବ ବୋଲେ ଗୀତେ, ତେତିକି ବେଳରୁ ମୋତେ

ବୁଡାଇ ଦେଉଛି ବଡ ଲାଜ (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics