STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-45)

ଚଉପଦୀ(ଧର୍ମୀୟ-45)

1 min
387

ଚଉପଦୀ

ଭାଗ(45)

ରାଗ - କାମୋଦୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)


କହିବାକୁ ସଙ୍ଗିନୀ ତୋ ଆଗେ ଲୋ ଲାଜେ ତୋଳି ନୁହେଁ ମଥା,.

ସାଧିବାକୁ ମନ ଥିଲେ ହେଁ ପ୍ରାଣକୁ ବାଧିବା ଯାଏ କି କଥା (ଘୋଷା)

ଦେଖୁଛୁ ତ ମିତ ଚୁମ୍ବିବାର ମତ୍ତ ମିଳିନ୍ଦ ସୁନସମାଜ,

ପିଏ କି ବଲ୍ଲରୀ ଗୋଟିଯାକ ଧରି ଘେନ ତ କି ଲୋକଲାଜ (1)

ଜଳିଯାଇଥିବା ଦେବତାଟା ଅବା ଅଳି କରୁଥାଏ କେତେ,

ବଳି ଦେବାକୁ କି ତାକୁ ଏତେ ସରି ବଳି ଦେଉଥାନ୍ତି ମୋତେ (2)

କଞ୍ଜମଞ୍ଜରୀରେ କୁଞ୍ଜରର ହେଲେ କିଛି ଅନୁରାଗ ଥିବ,

ଅଞ୍ଜନନିଭର କୁଞ୍ଜ କଲଭର ଚିତ୍ତେ ନାହିଁ କୃପା ଲବ (3)

ରଖ ରଖ ବୋଲୁ ବୋଲୁ କି ଖର ସେ ନଖର ଶିଖର କେଳି,

ନୁହଇ ମୋ ଦେହ ଅଳପ ତଳପ ତଳକୁ ଛୁଇଁବା ଭଳି (4)

ଯା ଚରଣ ଧରି ଜଣାଉ ଏପରି ଆଚରଣ ପରିପାକ,

ପୁଣି କି ଭଙ୍ଗୀରେ ନବନୀତାଙ୍ଗୀ ରେ ବୋଲି ପଡୁଥାଏ ଡାକ (5)

କହି ଏ ରୂପରେ ପ୍ରଣୟ କୋପରେ ପୂରାଉ ସୁଖ ସୁକେଶୀ,

ଛପି ଶୁଣୁଥିଲେ ଚାପିଞ୍ଛ-ଶ୍ୟାମଳଚ୍ଛବି-ଦେଲେ ଉଚ୍ଚେ ହସି (6)

ସେ ସରସ ପଳାଉଣୀ ବେଳ ବଳାକଳାପକିଙ୍କିଣୀ ରବ,

ଧ୍ୟାନେ ଜ୍ଞାନେ ସେବି ସୁଖାନୁଭବୀ ହେବେ ନୃପ ଜଗଦ୍ଦେବ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics