ଚଉପଦୀ(ଧର୍ମୀୟ-31)
ଚଉପଦୀ(ଧର୍ମୀୟ-31)
ରାଗ - ଝଂଜୋଟି, ଏକତାଳି
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
ଏ ବସନ୍ତ ଦିନେ ସେ ବସନ୍ତମାନେ, ସେ ବଧୁ ନୁହନ୍ତି ଶୀଳା (ପଦ)
କଳ କୋକିଳ ରୁତ-ଗାନେ ମନ୍ଦ ମରୁତ
ଆଚରୁଛି ହୋଇ ଖେଳା ଗୋ (1)
ସବକୁଳ ବାସନ୍ତୀ-ସର୍ବମାଳା ଦଂଶନ୍ତି
ଅନାଇ ରୋଲମ୍ବ ଲୀଳା ଗୋ (2)
ଏଡେ ସୁଖ ସମୟ-ନ ଘେନେ ପ୍ରାଣପ୍ରିୟ
ସଙ୍ଗେ କେ ରଚିବ ହେଳା ଗୋ (3)
ଏକାଳେ ରତିବନ୍ଧୁ-ଶୀଳା ମନ୍ନଥ ବନ୍ଧୁ
ଭିତରୁ ତରିବା ହେଳା ଗୋ (4)
ସ୍ନେହୀରେ ଯେ ଟି ମାନ-କରେ ତାହାର ସ୍ତନ
ନିରସ ମାଟିର ଟେଳା ଗୋ (5)
ନୋହି ପ୍ରଣୟ ବଶ - ରୁଷିବାର ସାହସ
କେବଳ ଦେଉଳ ଶିଳା ଗୋ (6)
ଶ୍ରୀ ଜଗଦ୍ଦେବ ଭଣେ - କୃଷ୍ଣ କଥା ନ ଶୁଣେ
ସେ ଶୃତି ନୁହେ, ସେ ବିଳା ଗୋ(7)
