STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (ଧର୍ମୀୟ-26)

ଚଉପଦୀ (ଧର୍ମୀୟ-26)

1 min
221

ଚଉପଦୀ

ଭାଗ(26)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)


ଆହା ବଞ୍ଚିବ କେହି

ଶରଦରବିନ୍ଦ ନେତ୍ରା ଚାନ୍ଦମୁହିଁ (0)

ଉରେ ନ ପହୁଡିଲେ ନ ଯାଏ ନିଦ

ଦୂରେ ଏବେ ପ୍ରାଣସହି ପଞ୍ଚବାଣ ଟାଣ ସହି

ରହିଲା ବିହିଲା ବିହି ଏ ବିପଦ (1)

ହେବନି ଧୁଷର ଗାତ୍ରୀ ଧାତ୍ରୀ ରଜେ

ନବନୀତ ସୁକୁମାରୀ          ଅବନୀ ତଳପେ ଲରି

ଯିବନି ତ ପୂର୍ବଶିରୀ ନଥିବ ଯେ (2)

ଶ୍ୱାସ ସଉରବ ଲୋଭୀ ଭୃଙ୍ଗ ଯୁବା

ମୁଖ ନିକଟ ଭ୍ରମିରେ         ସ୍ୱପକ୍ଷ ଜାତ ସମୀରେ

ଉଡାଇ ନେବକି କୃପାଙ୍ଗୀକି ଅବା (3)

କି ବସିବା ବଳ ଥିବ ଆଉ ତାର

ଶିବ ଶିବ ନାମ ମୁଖେ               ସଖି ରଟୁ ଥିବେ ଦୁଃଖେ

ଘେରି ଗୋରୀ ଚାରିପାଖେ ନିରନ୍ତର(4)

ମୋହ ଅବସାନେ ମୋର ପ୍ରୀତି ଚିନ୍ତି

ତରୁଣାଧୀଶ୍ୱର ମୋତେ               କରୁଣାରୁ କହେ କେତେ

ଦୂର ବୋଲୁଥିବ ଏତେ କୁନ୍ଦଦନ୍ତୀ (5)

ଅନୁକୂଳ ହେବ ଯେବେ ହଂସରଥ

ଧନକୁ ମୋ ବନମାଳା                ସହଚରୀ ପରି ଗଳା

ଭରଣକରି ପୂରିବ ମନୋରଥ (6)

ପରବାସ ନରଖିବି ଅଭିଳାଷେ

ଚନ୍ଦ୍ରକଚୂଡାବତଂସ            ଚିନ୍ତିଲେ ଏପରି କଂସ

ନଗରେ ବସୁଦୁର୍ଗେଶ ଗୀତେ ଭାଷେ (7)

କବିସୂର୍ଯ୍ୟ ବଳଦେବ ରଥ


Rate this content
Log in

Similar oriya poem from Classics