STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-22)

ଚଉପଦୀ(ଧର୍ମୀୟ-22)

1 min
281

ଚଉପଦୀ

ଭାଗ (22)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଆରେ ସଖୀ, କହିଲୁ କି ଶ୍ୟାମ ଆଗେ

               ବୁଡି ସୁଆଗେ (0)

ରାଧା ଆମ୍ଭ ତୁଲେ କାଲି              ନିକୁଞ୍ଜ ପୁଞ୍ଜରେ ବୁଲି

ପୁଲକି ତମାଳ ବଲ୍ଲୀ                 ଶାଖାକୁ ଭିଡିଲା ବୋଲି (1)

ବାଳକାଳୁ ତୁ ମୋ କଥା              ବୋଲି ସିନା ମନବ୍ୟଥା

କହିଲି ନୁଆଇଁ ମଥା                  ମନେ ନରଖି ସେ କଥା(2)

ମନକୁ ନ ଭର ଯାଇ                 ତୋତେ କି ନ ସମଂଜାଇ

କରଜ ଦେଲି ବଜାଇ                 ଛାର ଏ କଥାକୁ ଯାଇ (3)

ପଟେ ମୁଖଚନ୍ଦ୍ର ତାର                 ଚନ୍ଦ୍ରରେ କଲି ତିଆର

ଚାହିଁଣ ଶିରୀ ସମ୍ଭାର                 ଗେଲେ ଥରେ ଚୁମ୍ବିବାର (4)

ସେ ଦିନ ଦିବସ ଯାକ                ଡାକେ ଶୁଣି ବଂଶୀ ଡାକ

ତା ପ୍ରଣୟେ ରଖି ଟାକ               କରିବା ପ୍ରସଙ୍ଗ ଯାକ (5)

ନ ଜାଣନ୍ତି ଆନ ଆଳୀ                ତତେ ସିନା କଲି ଅଳି

ତା କଠଉ ତଳ ଧୂଳି                  ଆଣିଲେ ହୋଇବିବୋଳି (6)

କହେ ଛୋଟରାୟ ଭାବ              ପ୍ରକାଶିତ ନାହିଁ ଲବ

ଆନ ଆଗେ ମନୋଭାବ             ପାଇଲେ ସେ କାହୁଁ ଠାବ(7)


କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics